ଅମ୍ପନ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ରାତି ଭିତରେ ୧ ଲକ୍ଷ ଲୋକ ହେବେ ସ୍ଥାନାନ୍ତର!

ଭୁବନେଶ୍ୱର: ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ଅମ୍ପନ୍ ମୁକାବିଲା ଓ ଏନେଇ ପ୍ରସ୍ତୁତି ସମ୍ପର୍କରେ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି।

ବାତ୍ୟା ପୂର୍ବରୁ କିପରି ଲୋକେ ସୁରକ୍ଷିତ ରହିପାରିବେ ଓ ସ୍ଥାନାନ୍ତର ହୋଇପାରିବ, ସେନେଇ ଆଲୋଚନା କରିଥିଲେ। ଏହାସହ ସମ୍ଭାବ୍ୟ କ୍ଷୟକ୍ଷତି ପରେ କଣ କରାଯିବ ସେ ନେଇ ଆଲୋଚନା କରାଯିବ।

ଗଣମାଧ୍ୟମକୁ ସୂଚନା ଦେଇ ସଚିବ କହିଛନ୍ତି ଯେ, ଆମେ ପ୍ରସ୍ତୁତ ରହିଛି। ବେଶୀ ଅସୁବିଧା ହେବନି। ପ୍ରଭାବିତ ସ୍ଥାନରେ ଏନଡିଆରଏଫ ମୁତୟନ ହୋଇଛନ୍ତି। ପ୍ରାୟ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ରଖିଛୁ। କୌଣସି କଚ୍ଚା ଘରେ ଆମେ ଲୋକଙ୍କୁ ରହିବାକୁ ଦେବୁନାହିଁ। ବାତ୍ୟା ପରବର୍ତ୍ତୀ ଅବସ୍ଥା ନେଇ ଆମେ ପ୍ରସ୍ତୁତ ରହିଛୁ’।

ସେପଟେ ବାତ୍ୟା ଅଂପନ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଆଜି ରାତି ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିିଶନର ପ୍ରଦୀପ ଜେନା।

ବାତ୍ୟାରେ କଚ୍ଚାଘର, ଅମଳ ହୋଇନଥିବା ଫସଲ, ବଡ଼ଗଛ ଓ ବିଶେଷତଃ ବିଦ୍ୟୁତ ସରବରାହ ଭିତ୍ତିଭୂମି ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ବାତ୍ୟା ଅମ୍ପନ। ପ୍ରଭାବରେ ବିଳମ୍ବିତ ରାତିରେ ହଠାତ ପବନ ବଢ଼ିପାରେ କାଲି ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ଆହୁରି ବଢ଼ିବ।

ବାଲେଶ୍ୱର ଜିଲ୍ଲାର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଏଠାରେ ୧୦୦ରୁ ୧୨୫ କିମି ଯାଏ ପବନ ହୋଇପାରେ ବୋଲି କିଛି ସମୟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି। ବାତ୍ୟା ଅପଡେଟ ନେଇ SRC କହିଛନ୍ତି ଯେ, କାଲି ଦିନ ୧୨ଟାରୁ ୨ଟା ଭିତରେ ଓଡ଼ିଶା ଅତିକ୍ରମ କରିବାକୁ ଥିବା ବେଳେ ୩ଟା ପର୍ଯ୍ୟନ୍ତ ପବନର ବେଗ ଜାରି ରହିବ।

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ସମ୍ପର୍କରେ ଏସଆରସି କହିଛନ୍ତି, ଆଜି ଦିନ ୩ଟା ସୁଦ୍ଧା ୩୫ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇଛି। ଆଜି ରାତି ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି। ଆଜି ରାତି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି SRC।

କାଲି ସକାଳେ ପବନ ହେବାକୁ ଥିବାରୁ ଅପେକ୍ଷା ନକରି ଆଜି ଆଶ୍ରୟସ୍ଥଳୀ ଆସିବାକୁ ସେ ନିବେଦନ କରିଛନ୍ତି। କେହି ଅମଙ୍ଗ ହେଲେ ପୋଲିସ ଲଗାଇ ଆଶ୍ରୟସ୍ଥଳୀ ଅଣାଯିବ। ସବୁ ଜିଲ୍ଲାରେ ଉଦ୍ଧାରକାରୀ ଟିମ୍ ମୁତୟନ ରହିଛନ୍ତି ବୋଲି ସେ କହିଛନ୍ତି।

You might also like