ବାହାରୁ ଆସୁଥିବା ଗାଡ଼ି ଉପରେ କଡ଼ା ନଜର

ଭୁବନେଶ୍ୱର: କରୋନା ମୁକାବିଲା ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ଆଶିତ ତ୍ରିପାଠୀ। ଭିଡିଓ କନଫରେନସିଂରେ ଏହି ଆଲୋଚନା ହୋଇଛି। ରାଜ୍ୟକୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଖାଲି ଗାଡ଼ିରେ କିଛି ଲୋକେ ଯାତାୟତ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଆଲୋଚନା ହୋଇଛି।

କିପରି ଏଭଳି ଘଟଣା ପୁଣି ଥରେ ହେବନି ସେ ନେଇ ଗୁରୁତ୍ୱ ଦିଆଯାଇଛି। ସେହିପରି ଲକ୍ ଡାଉନ୍‌କୁ କଡ଼ାକଡ଼ି ପାଳନ କରିବାକୁ ଏହି ଅବସରରେ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା ରାଜ୍ୟରେ ଅଧିକ ଟେଷ୍ଟିଂ କିଟ୍, ମେଡିକାଲ ଉପକରଣ ଯୋଗାଇବାକୁ ଦାବି ହୋଇଛି। ଏହି ବୈଠକରେ ଗୃହ ସଚିବ, ଡିଜିପି ବି ଯୋଗ ଦେଇଥିଲେ।

You might also like