ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କେନ୍ଦ୍ରାପଡ଼ା/ଜଗତସିଂହପୁର: କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି।

କେନ୍ଦ୍ରାପ଼଼ଡ଼ା ଜିଲ୍ଲାରେ ବାତ୍ୟା ପୂର୍ବରୁ ମୁକାବିଲା ପ୍ରସ୍ତୁତି ସନ୍ତୋଷଜନକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ଏଠାରେ ଫୋନିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୧୭ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ହୋଇଥିବା ବେଳେ ୨ ଦିନ ମଧ୍ୟରେ ଶତ ପ୍ରତିଶତ ବିଦ୍ୟୁତ୍‌ ସଂଯୋଗ ହୋଇଯିବ। ୨୭୭ ଗ୍ରାମାଞ୍ଚଳ ଜଳଯୋଗାଣ କେନ୍ଦ୍ର ମଧ୍ୟରୁ ୨୪୦ଟି କାର୍ଯ୍ୟକ୍ଷମ ଅଛି। ଚାଷ କ୍ଷୟକ୍ଷତିର ଆକଳନ ଚାଲିଛି, କ୍ଷତିଗ୍ରସ୍ତଙ୍କୁ ସବ୍‌ସିଡି ଓ କ୍ଷତିପୂରଣ ମିଳିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।

ଜଗତସିଂହପୁର ଜିଲ୍ଲାରେ ମଧ୍ୟ ମୁଖ୍ୟ ଶାସନ ସଚିବ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ବିପନ୍ନଙ୍କୁ ରିଲିଫ, ଥଇଥାନ ଓ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।

You might also like