• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି। ଲକ୍ ଡାଉନ୍ ଅବଧି ବଢିବାର ସମ୍ଭାବନା ଦେଖା ଦେଇଛି। ଲୋକେ ଘରୁ  ବାହାରି ପାରୁନାହାନ୍ତି। ଦୋକାନ ବଜାର ବି ବନ୍ଦ। ଏପରି ସ୍ଥିତିରେ ଲୋକେ ମୋବାଇଲ ଫୋନ୍ ରିଚାର୍ଜ କରି ପାରୁନାହାନ୍ତି। ତେଣୁ ମୋବାଇଲ ବ୍ୟବହାରକାରୀଙ୍କ ଇନ୍‌କମିଂ କଲ ସୁବିଧା ପ୍ରତ୍ୟାହାର ନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି।

ସେ ଉଲ୍ଲେଖ କରିଛନ୍ତି, ଲକ୍‌ଡାଉନ ସମୟରେ ମୋବାଇଲ ରିଚାର୍ଜ ଦୋକାନ ବନ୍ଦ ରହୁଥିବାରୁ ଲୋକେ ଫୋନ ରିଚାର୍ଜରୁ ବଞ୍ଚିତ ହେଉଛନ୍ତି । ରିଚାର୍ଜ ନ କରିବାରୁ ମୋବାଇଲ ଫୋନ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ସଂଯୋଗ ବିଛିନ୍ନ କରୁଥିବାର ଦେଖାଦେଇଛି ।

ଏଭଳି ଏକ ଅସମୟରେ ଲୋକମାନେ ନିଜ ପରିବାର, ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଯାତାୟାତ ସୁବିଧା ନ ଥିବାରୁ ଲୋକେ ସମ୍ପର୍କୀୟଙ୍କ ପାଖକୁ ଯାଇ ପାରୁନାହାନ୍ତି। ଯୋଗାଯୋଗର ଗୋଟିଏ ମାଧ୍ୟମ ପାଲଟିଛି ମୋବାଇଲ୍‌। ତେଣୁ ଅତିକମରେ ତିନି ମାସ ପାଇଁ ମୋବାଇଲ ଫୋନ୍ କମ୍ପାନୀମାନେ ଇନକମିଂ ସୁବିଧା ଯୋଗାଇ ଦେବା ପାଇଁ ମୋବାଇଲ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି।

 

Chief-secratary-asit-tripathy-request-not-to-disconnect-mobile-incoming-call-facility-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories