ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱ ଦେଇଛି। ଏଥିପାଇଁ ଧାନ ସଂଗ୍ରହଠାରୁ ଆରମ୍ଭ କରି ରାସନକାର୍ଡ ଆବେଦନ ପର୍ଯ୍ୟନ୍ତ ଏଣିକି ସବୁ କାମ ଅନଲାଇନରେ ହେବ।

ମୋ ସରକାର ଓ ଫାଇଭ୍ ଟି କାର୍ଯ୍ୟକ୍ରମ ଜରିଆରେ ଏହି ଅନଲାଇନ ବ୍ୟବସ୍ଥାକୁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି। ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା- ଜଣେ ବି ଗରିବ ଲୋକଙ୍କୁ  ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଚାରଧାରାକୁ କ୍ରିୟାନ୍ୱୟନ କରିବା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପଦକ୍ଷେପ ନେଇଛି।

ଧାନ ବିକ୍ରୟ ପାଇଁ ଚାଷୀଙ୍କ ପଞ୍ଜୀକରଣ, ରାସନ କାର୍ଡ ପାଇଁ ଆବେଦନ ଓ ସଂଶୋଧନ, ସୁଲଭ ମୂଲ୍ୟ ଦୋକାନ ପାଇଁ ଲାଇସେନ୍ସ ଫି ପ୍ରଦାନ ଏବଂ ସୁଲଭ ମୂଲ୍ୟ ଦୋକାନଗୁଡ଼ିକ ଦ୍ୱାରା ଖାଦ୍ୟଶସ୍ୟର ମୂଲ୍ୟ ପ୍ରଦାନ ସଂପର୍କିତ କାର୍ଯ୍ୟକ୍ରମର ଅନଲାଇନ ବ୍ୟବସ୍ଥା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ www.foododisha.in ୱେବସାଇଟର ସିଟିଜେନ୍ ସର୍ଭିସେସ ଲିଙ୍କରେ ଏହି ସୁବିଧା ମିଳିପାରିବ।

You might also like