ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ
କଳାହାଣ୍ଡି: କଳାହାଣ୍ଡି ଜୟପାଟଣା ବ୍ଲକ୍ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ଯୋଗଦେଇ ମେଗା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଭିତରେ ଦୀର୍ଘ ୯ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିଛନ୍ତି।
କଳାହାଣ୍ଡି ଜୟପାଟଣା ବ୍ଲକ୍ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଧାରଣ ସଭାରେ ଯୋଗଦେଇ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; କରୋନା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ #Odisha pic.twitter.com/oVuNDrNQRe
— ଓଟିଭି (@otvkhabar) January 14, 2021
୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବହୁ ପ୍ରତିକ୍ଷିତ ମେଗା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ। ଏଥିପାଇଁ ଜୟପାଟଣା ବ୍ଲକ ମଙ୍ଗଳପୁରରେ ହୋଇଛି ଭବ୍ୟ ଆୟୋଜନ। ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଛି ୩ଟି ଷ୍ଟେଜ୍ । RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବା ନେଇ ଏସଓପି ଜାରି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସେପଟେ, କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମୁଖ୍ୟମନ୍ତ୍ରୀଙ୍କ ବସିବା ପାଇଁ ଅଲଗା ମଞ୍ଚ ବ୍ୟବସ୍ଥା କରାଯାଇଥିବା ବେଳେ ବିରୋଧୀ ଦଳ ନେତାଙ୍କ ବସିବା ପାଇଁ ଭିନ୍ନ ବ୍ୟବସ୍ଥାକୁ ସେ ନିନ୍ଦା କରିଛନ୍ତି। କାହିଁକି ଏଭଳି ଅଲଗା ବ୍ୟବସ୍ଥା କରାଗଲା ବୋଲି ସେ ପ୍ରଶ୍ନ ଉଠାଇବା ସହ ଆପତ୍ତି ମଧ୍ୟ ଜଣାଇଛନ୍ତି। ଗୋଟିଏ ମଞ୍ଚରେ ନିର୍ଦ୍ଧାରିତ ଦୂରତାରେ ଆସନ ବ୍ୟବସ୍ଥା ହୋଇପାରିଥାନ୍ତା ବୋଲି ପ୍ରଦୀପ୍ତ କହିଛନ୍ତି। କଣ ପାଇଁ ଅଲଗା ମଞ୍ଚ ବ୍ୟବସ୍ଥା କରାଗଲା ?ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ସେହିପରି ଏହି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଦୀପ୍ତ ପ୍ରଶ୍ନ ଉଠାଇବା ସହ କେଉଁଠୁ ଏ ଟଙ୍କା ଆସିଲା ବୋଲି କହିଛନ୍ତି। କେବଳ ଏତିକି ନୁହେଁ ସରକାରୀ କାର୍ଯ୍ୟକ୍ରମକୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରିଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରଦୀପ୍ତ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧୀ ଦଳ ନେତାଙ୍କ ସମାଲୋଚନା; ନବୀନଙ୍କ ଗସ୍ତକୁ ସରକାରୀ ଅର୍ଥର ଅପବ୍ୟବହାର କହିଲେ ପ୍ରଦୀପ୍ତ ନାଏ। ବିଜେପିର ନିର୍ବାଚିତ ଜନପ୍ରତିନିଧିଙ୍କୁ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି କହିଲେ ପ୍ରଦୀପ୍ତ ନାଏକ #Odisha
— ଓଟିଭି (@otvkhabar) January 14, 2021