ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା : ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସାମ୍ବାଦିକଙ୍କୁ ମିଳିଲା ସମ୍ମୁଖ ଯୋଦ୍ଧା ମାନ୍ୟତା । ସାମ୍ବାଦିକଙ୍କୁ ମହାମାରୀର ସମ୍ମୁଖ ଯୋଦ୍ଧା  ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ  କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଲକଡାଉନ ଘୋଷଣା ହୋଇଥିବା କୋଭିଡ ଯୁଦ୍ଧରେ ନିୟୋଜିତ ସାମ୍ବାଦିକଙ୍କ ଦାବି ଶେଷରେ ପୂରଣ ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ୬୯୪୪ ଜଣ ସାମ୍ବାଦିକ ଉପକୃତ ହୋଇପାରିବେ ।

ସମ୍ମୁଖ ଯୋଦ୍ଧା ଘୋଷଣା ଅବସରରେ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସଂକ୍ରମଣ ଭୟ ଭିତରେ ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଥିବା ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ ଖବର ପହଞ୍ଚାଉଛନ୍ତି ସାମ୍ବାଦିକ । ନିଜ ଜୀବନକୁ ଖାତିର ନକରି ଲୋକଙ୍କ ପାଖରେ କରୋନା ସଚେତନତା ସଂପର୍କିତ ଖବର ପହଞ୍ଚାଉଛନ୍ତି ।

ପୂର୍ବରୁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରାଯାଇଥିବା ବେଳେ ସାମ୍ବାଦିକଙ୍କୁ ମଧ୍ୟ ସମ୍ମୁଖ ଯୋଦ୍ଧା ଘୋଷଣା କରାଯାଉ ବୋଲି ଦାବି କରାଯାଇଥିଲା ।

You might also like