ଡାକ୍ତରମାନଙ୍କୁ ୪ ମାସର ଦରମା ଆଗୁଆ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କରୋନା ମୁକାବିଲା ନେଇ ଡାକ୍ତର କର୍ମଚାରୀଙ୍କୁ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଡାକ୍ତରୀକର୍ମୀଙ୍କୁ ୪ ମାସର ଆଗୁଆ ଦରମା ଦିଆ।ଯିବ। ଏପ୍ରିଲ, ମେ’, ଜୁନ ଓ ଜୁଲାଇ ମାସର ଦରମା ଆଗୁଆ ଏପ୍ରିଲରେ ମାସିରେ ମିଳିବ।

ତେବେ ଏହି ଘୋଷଣା ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏ ଦେଶ ସହ ଆମେ ଆପଣମାନଙ୍କ ସହ ରହିଛୁ। ଆମେ ଆପଣମାନଙ୍କ ସହ ରହିଛୁ, ଆପଣମାନେ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର, ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତୁନି ବୋଲି ନବୀନ ଅନୁରୋଧ କରିଛନ୍ତି।

ଯେଉଁମାନେ ଖରାପ ବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡ଼ାଯିବନି। ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କୁହାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like