ଓଲଟି ପଡ଼ିଲା ଗାଡ଼ି, ବୋହିନେଲେ କୁକୁଡ଼ା
ସୁନ୍ଦରଗଡ଼: ଓଲଟି ପଡ଼ିଲା ଗାଡ଼ି, ବୋହିନେଲେ କୁକୁଡ଼ା। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ ନିକଟରେ ଏକ କୁକୁଡ଼ା ବୋଝେଇ ଟ୍ରକ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି।
ଟ୍ରକ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ଦେଖି ସଙ୍ଗେ ସଙ୍ଗେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଡ୍ରାଇଭର, ହେଲ୍ପର୍ଙ୍କୁ ଉଦ୍ଧାର କରିବା ବଦଳରେ ଲୋକମାନେ କୁକୁଡ଼ା ବୋହି ନେଉଥିବା ଦେଖିବାକୁ ମିଳିଥିଲା।
ସବୁଠାରୁ ବଡ଼ କଥା ହେଲା, ଲୋକମାନେ ଡ୍ରାଇଭର ଓ ହେଲ୍ପର୍ଙ୍କୁ ଉଦ୍ଧାର କରିବା ବଦଳରେ କିଏ ହାତରେ କୁକୁଡ଼ା ଧରି ଦୌଡ଼ୁ ଥିବାବେଳେ ଆଉ କିଏ ବ୍ୟାଗ, ଅଖାରେ ଭର୍ତ୍ତି କରି କୁକୁଡ଼ା ବୋହି ନେଉ ଯାଉଥିବା ଦେଖିବାକୁ ମିଳିଥିଲା।