କୁକୁଡ଼ା ମାଂସ ଓ ଅଣ୍ଡାରେ କରୋନା ବ୍ୟାପିବା ଚର୍ଚ୍ଚା ଗୁଜବ

ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭାଇରସ୍‌ ବ୍ୟାପୁଥିବା ନେଇ ଯେଉଁ କଥା ପ୍ରଚାର ହେଉଛି, ତାହା ସଂପୂର୍ଣ୍ଣ ମିଛ ଓ ଗୁଜବ ବୋଲି ପଶୁପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ କହିଛି।

ଯାହା ଜଣାପଡ଼ିଛି, ବର୍ତ୍ତମାନ କେବଳ ମଣିଷରୁ ମଣିଷକୁ କରୋନା ଭାଇରସ୍‌ ବ୍ୟାପୁଛି। ପଶୁପକ୍ଷୀଙ୍କଠାରୁ ମଣିଷକୁ ଏବେ କରୋନା ବ୍ୟାପୁଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏହାସହ ବିଭାଗ କହିଛି ଯେ, ପ୍ରାଣୀମାନେ ଭାଇରସ୍‌ର ଉତ୍ସ ହୋଇପାରନ୍ତି, ହେଲେ ସାରା ବିଶ୍ୱରେ ଏବେ କେବଳ ମଣିଷରୁ ମଣିଷକୁ କରୋନା ଭାଇରସ୍‌ ବ୍ୟାପୁଥିବା ଜଣାପଡ଼ିଛି।

କୁକୁଡ଼ା ମାଂସ, ଅଣ୍ଡା ଓ ଅନ୍ୟାନ୍ୟ ଆମିଷ ଖାଦ୍ୟ ଖାଇବା ଦ୍ୱାରା କରୋନା ବ୍ୟାପିବାର କୌଣସି ତଥ୍ୟ ନଜରକୁ ଆସିନାହିଁ। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ସମସ୍ୟା ନାହିଁ ବୋଲି ପଶୁପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ କହିଛି। ତେବେ ମାଂସ ଓ ଅଣ୍ଡାକୁ ଭଲ ଭାବରେ ରୋଷେଇ କରି ଖାଇବାକୁ ପରାମର୍ଶ ଦିଆଯାଇଛି।

You might also like