ଛତିଶଗଡ଼ର ପୁଣି ଦାଦାଗିରି; ସୁନ୍ଦରଗଡ଼ ଇବ୍‌ ନଦୀ ଉପରେ କରୁଛି ଆନିକଟ୍‌

ନୂଆଦିଲ୍ଲୀ: ଇବ୍ ନଦୀ ଉପରେ ଛତିଶଗଡ଼ର ଦାଦାଗିରି । ପ୍ରଥମେ ଇବ ନଦୀର ଉପର ମୁଣ୍ଡରେ ଏକ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଏବଂ ତା ତଳକୁ ଏକ ଜଳସେଚନ ପ୍ରକଳ୍ପ କରି ପାଣିକୁ ଅଟକାଇଥିଲା ଛତିଶଗଡ । ଆଉ ଏବେ ପୁଣିଥରେ ସୁନ୍ଦରଗଡ଼ ସୀମାନ୍ତ ସମଡମାଠାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ କରୁଛି ଛତିଶଗଡ଼ ।

ଏହି ଆନିକଟରେ ରହିଛି ୪୦ଟି ଗେଟ୍ । ବନ୍ୟା ଜଳର ୯୫ ଦଶମିକ ୮ ପ୍ରତିଶତ ପାଣିକୁ ଅଟକାଇ ପାରିବାର କ୍ଷମତା ଏହି ଆନିକଟର ରହିଛି।  ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଇବ ନଦୀକୁ ସଂପୁର୍ଣ୍ଣ ଜଳ ଶୂନ୍ୟ କରିଦେବା ପାଇଁ ଛତିଶଗଡ଼ ଯୋଜନା କରିଥିବାରୁ ଏହାକୁ ନେଇ ଉଭୟ ଜିଲ୍ଲାର ଶତାଧିକ ଚାଷୀ ଓ ଜନସାଧାରଣ।

ଇବ ନଦୀରେ ପାଣି କମିଲେ ଏଠାକାର ଚାଷ ଓ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏହି ଆନିକଟରେ ବନ୍ୟାଜଳକୁ ଯଦି ଅଟକାଇ ଦିଆଯାଏ ତାହେଲେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଜଳ ସଙ୍କଟ ଦେଖା ଦେବ। ଏକ ପ୍ରକାର ନିଶ୍ଚିତ ।

୨୦୧୫ରେ ଏହି ଆନିକଟ ପାଇଁ ଟେଣ୍ଡର ନୋଟିସ ହେବା ପରେ ଏ ସମ୍ପର୍କରେ ଓଟିଭିରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା। ସୁନ୍ଦରଗଡ଼ ଜନସାଧାରଣ ଏହାର ପ୍ରତିବାଦ କରି ଜିଲ୍ଲା ବନ୍ଦ ଡାକରା ଦେଇଥିଲେ । ତେବେ ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ।

ଏବେ ସେହି ଆନିକଟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ସୁନ୍ଦରଗଡ଼ ପାଇଁ ବିପଦ ମାଡି ଆସିଛି। ଅନ୍ୟପଟେ ଏହି ପ୍ରକଳ୍ପ ସଂପର୍କରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ । ଏହା ରାଜ୍ୟ ସ୍ତରୀୟ ଆଲୋଚନାର ବିଷୟ ବୋଲି କହି ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି। ସେପଟେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥ ପାଇଁ ଛତିଶଗଡ଼ ସରକାର ସହିତ ଆଲୋଚନା କରିବା ଉଚିତ୍ ।
CHATISGADA_BRIDGE_AVO_9AM_UP
GIRISH_ADVOCATE_BITE_9AM

You might also like