କାଲି ବନ୍ଦ ରହିବ ଛତ୍ର ବଜାର ଓ ମାଲ୍‌ ଗୋଦାମ

କଟକ: ରବିବାର ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଓଡ଼ିଶାରେ ମିଳିଛି ବିପୁଳ ସମର୍ଥନ । ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାବେଳେ  କଟକ ଛତ୍ରବଜାର ଓ ମାଲଗୋଦାମ ବନ୍ଦ ରହିବ ବୋଲି କୁହାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳ ଏହାକୁ ଦୃଷ୍ଟିରେ ରଖି ସରକାର ନେଉଥିବା ପଦକ୍ଷେପକୁ ସମର୍ଥନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

କଟକ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ “ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ରହିଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ‌ଆସନ୍ତାକାଲି ଆମେ ଛତ୍ରବଜାର ବନ୍ଦ ରଖୁଛୁ। ସମସ୍ତ ବ୍ୟବସାୟୀ ଭାଇ ଏଥିରେ ସହଯୋଗ କରୁଛନ୍ତି।”
ସେହିପରି ଆସନ୍ତାକାଲି ମାଲଗୋଦାମ  ମଧ୍ୟ  ବନ୍ଦ ରହିବ ବୋଲି କଟକ ଚ୍ୟାମ୍ବର ଅଫ୍ କମର୍ସର ସମ୍ପାଦକ ପ୍ରଫୁଲ ଛାଟୋଇ ଆଜି ସୂଚନା ଦେଇଛନ୍ତି। ତେବେ  ସୋମବାରଠାରୁ ସକାଳ ୧୦ଟାରୁ ସଂଧ୍ୟା ୭ ଯାଏ ଖୋଲା ରହିବ।
You might also like