ରଥଯାତ୍ରା ପରିଚାଳନା ନେଇ ଛତିଶା ନିଯୋଗର ପ୍ରସ୍ତାବ

ପୁରୀ: ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିଯୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି । ଯେତେ ସମସ୍ୟା ଉପୁଜିଥିଲେ ବି ଗତ ୨୮୪ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ । ଶ୍ରୀମନ୍ଦିର ଉପରେ ମୁସଲମାନଙ୍କ ଆକ୍ରମଣବେଳେ ୧୭୩୬ ମସିହାରେ କେବଳ ରଥଯାତ୍ରା ବନ୍ଦ ହୋଇଥିଲା । ଏହାପରେ କେବେ ବି ରଥଯାତ୍ରା ବନ୍ଦ ହୋଇନାହିଁ । ଏଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରଥଯାତ୍ରା କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।

ରଥଯାତ୍ରା ଲାଗି ଏପ୍ରିଲ ୧୬ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ବିଧି ରହିଛି । ଏଣୁ ରଥ ନିର୍ମାଣରେ ନିୟୋଜିତ ସେବକଙ୍କୁ ଆଗୁଆ କରୋନା ଟେଷ୍ଟ କରାଯାଇ ସ୍ୱତନ୍ତ୍ର ଆଇସୋଲେସନରେ ରଖି ରଥ ନିର୍ମାଣ କରାଇବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ସେମାନଙ୍କ କର୍ମସ୍ଥଳରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେବା ଉଚିତ । ଏହାସହ ପ୍ରବେଶ ଓ ପ୍ରସ୍ଥାନ ଉପରେ କଡ଼ା ନଜର ରଖାଯିବ।

ରଥ ନିର୍ମାଣ ଶେଷ ପରେ ପୁଣି ଏମାନଙ୍କର କରୋନା ଟେଷ୍ଟ କରାଯିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ଅନ୍ୟ ପ୍ରସ୍ତାବଗୁଡ଼ିକ ହେଲା, ସମସ୍ତ ସେବାୟତ ଏବଂ ପୋଲିସ ମିଶି ପ୍ରାୟ ୧୫୦୦ ଜଣଙ୍କୁ ରଥ ଟଣାରେ ନିୟୋଜନ କରାଯିବ । ଏଣୁ ଏମାନଙ୍କୁ ଆଗୁଆ ଚିହ୍ନଟ କରାଯାଇ କରୋନା ଟେଷ୍ଟ କରାଯିବା ସହ ଏବେଠାରୁ ଆଇସୋଲେସନରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି ।

ପରେ ପୁଣି ରଥଯାତ୍ରା ପୂର୍ବରୁ କରୋନା ଟେଷ୍ଟ କରାଯାଇ ରଥ ଟାଣିବାକୁ ଅନୁମତି ପ୍ରଦାନ କରାଯିବ । ଏହାସହ ମନ୍ଦିରର ସମସ୍ତ ସେବାୟତଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯିବ ଯେ, ସେମାନେ ନିଜ ଘରେ କୌଣସି ଶ୍ରଦ୍ଧାଳୁଙ୍କୁ ରଖି ପାରିବେ ନାହିଁ କି ତାଙ୍କ ପରିବାର ଲୋକେ ରଥଯାତ୍ରାବେଳେ ବାହାରେ ବୁଲି ପାରିବେ ନାହିଁ । ପୂର୍ବ ଚିହ୍ନିତ ବ୍ୟକ୍ତିଙ୍କ ଛଡ଼ା ପୁରୀ ରାସ୍ତାରେ ବୁଲି ପାରିବେ ନାହିଁ । ମନ୍ଦିର ଓ ମହାପ୍ରଭୁଙ୍କ ସେବା ସହ ସଂପୃକ୍ତ ଧାର୍ମିକ ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ଅନୁଷ୍ଠାନ ବା ସଂସ୍ଥା ରଥଯାତ୍ରାରୁ ଦୂରେଇ ରହିବେ ।

ପୁରୀର ସମସ୍ତ ହୋଟେଲ, ଲଜ୍ , ମଠ, ଆଶ୍ରମରେ ଯାତ୍ରୀ ରହିପାରିବେ ନାହିଁ । ଜୁନ୍ ଆରମ୍ଭରୁ ନିଷେଧାଦେଶ ଜାରି କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ରଥଯାତ୍ରାରେ ସାଧାରଣ ଲୋକଙ୍କ ଭାଗିଦାରୀ ରହିବ ନାହିଁ ବୋଲି ସରକାର ଘୋଷଣା କରିବାକୁ ମଧ୍ୟ ପ୍ରସ୍ତାବରେ ରହିଛି । ଏହାଛଡ଼ା ପୁରୀକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ସଂପୂର୍ଣ୍ଣ ବନ୍ଦ ପାଇଁ ଛତିଶା ନିଯୋଗ ପ୍ରସ୍ତାବ ଦେଇଛି।

ବୈଠକ ପରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ଯେ, ପରିଚାଳନା କମିଟିର ବୈଠକ ସଂପର୍କରେ ସଂଧ୍ୟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯିବ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କର କୌଣସି ନୀତି ବନ୍ଦ କରାଯିବା ପ୍ରଶ୍ନ ଉଠୁନି ଗାଇଡ୍ ଲାଇନ୍ ମାନି କିଭଳି ସବୁ କରାଯିବ ସେନେଇ ଆଜି ସଂଧ୍ୟାରେ ବୈଠକ ହେବ ଗଜପତି, ମୁଖ୍ୟ ପ୍ରଶାସକ, କମିଟି ସଦସ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିବେ ବୋଲି ସେ କହିଛନ୍ତି।

ସୂଚନାଥାଉ କି,  ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ । ରଥଯାତ୍ରା ପୂର୍ବରୁ ଏହି ସାକ୍ଷାତ ଆଲୋଚନାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସେପଟେ ଚନ୍ଦନଯାତ୍ରା ପାଇଁ ଚନ୍ଦନ ପୁଷ୍କରିଣୀରେ ଚାପ ପ୍ରସ୍ତୁତିରେ ବିଶ୍ୱକର୍ମା ଓ ଭୋଇ ସେବକମାନେ ଲାଗି ପଡିଛନ୍ତି । ଅନ୍ୟପକ୍ଷରେ ରଥଖଳାରେ ରଥକାଠ ମଧ୍ୟ ପହଞ୍ଚି ସାରିଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like