ଭୁବନେଶ୍ୱର : ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଇଡିରେ ହାଜର। ଷ୍ଟାର୍ କନସଲ୍ଟାନ୍ସି ସହ ପଦ୍ମିନୀଙ୍କ ସଂପର୍କ ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ୧ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ପଦ୍ମିନୀ ଫେରିଥିଲେ। ଇଡି ଅଫିସରୁ ଫେରିବା ପରେ ପଦ୍ମିନୀ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବରୁ ଥରେ ନୋଟିସ୍ ହୋଇଥିଲା। କିନ୍ତୁ ଜାଣି ପାରିନଥିଲି। ଅାଜି ଯାଇଥିଲି।
ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ କଥା ତାଙ୍କୁ ପଚରାଯାଇଥିଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି ପଦ୍ମିନୀ। ଷ୍ଟାର କନସଲ୍ଟାନ୍ସି ସହ ସଂପର୍କ ବିଷୟରେ ସେ ଜାଣିବାକୁ ଚାହିଁଥିଲେ। ସେ କେବଳ ମୋର ପ୍ରାୟୋଜକ ଥିଲେ, ଅାଉ କିଛି ଜାଣନ୍ତିନି ବୋଲି କହିଛନ୍ତି ପଦ୍ମିନୀ।