ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର: ଉପନିର୍ବାଚନ ପାଇଁ କଂଗ୍ରେସ ଜୋରଦାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ସାଂସଦ ଚେଲା କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କ ସହ ସେ ବୈଠକ କରିବେ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସେ ରଣନୀତି ପ୍ରସ୍ତୁତ କରିବେ। ଏଥିରେ କଂଗ୍ରେସର ନୂତନ ଜିଲ୍ଲା ସଭାପତି ସାମିଲ ହେବେ। ପରେ ସେ ୨୨ ଓ ୨୩ ତାରିଖରେ ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ। ୨୨ ତାରିଖରେ ବାଲେଶ୍ୱରରେ ପ୍ରଚାର କରିବେ। ଏହା ପରଦିନ ୨୩ ତାରିଖରେ ସେ ତିର୍ତ୍ତୋଲ ଗସ୍ତ କରି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ।

ରାଜ୍ୟବାସୀଙ୍କୁ ଉଭୟ ବିଜେପି ଓ ବିଜେଡି କିପରି ଭୂଆଁ ବୁଲାଇ ଛାଲିଛନ୍ତି ତାକୁ ପ୍ରସଙ୍ଗ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି ଚେଲା କୁମାର କହିଛନ୍ତି। କେବଳ ଏହି ନିର୍ବାଚନ ନୁହେଁ, ୨୦୨୪ ପାଇଁ ମଧ୍ୟ ନୂଆ ଯୋଜନା ତିଆରି କରି ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି। ତେବେ ଏନେଇ ବିଜେପି ଓ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

You might also like