ଏସ୍‌ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ

୪୦ ଲକ୍ଷ ଟଙ୍କା ନେଇ କେନ୍ଦ୍ରର ପରିଚାଳିକା ଫେରାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏସ୍‌ ରାମପୁର ଗ୍ରାହକ ସେବା କେନ୍ଦ୍ରରେ ଠକେଇ ଅଭିଯୋଗ। ଏଠାରେ ଦୀର୍ଘ ୫ବର୍ଷ ହେବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସିଂଘିଯୁବା ଶାଖା ଦ୍ୱାରା ଅନୁମୋଦିତ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଥିଲା। ବିରାଜିନୀ ପ୍ରଧାନ ନାମକ ଜଣେ ମହିଳାଙ୍କ ଠିକଣାରେ ଏକ ଭଡ଼ା ଘରେ ଏହି ଗ୍ରାହକ ସେବା କେନ୍ଦ୍ର ଖୋଲିଥିଲା।

ତେବେ ଜମାକାରୀଙ୍କ ୩୦ରୁ ୪୦ ଲକ୍ଷ ଟଙ୍କା ନେଇ କେନ୍ଦ୍ରର ପରିଚାଳିକା ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଜମାକାରୀ।

ଠକାମୀ ଶିକାର ହୋଇଥିବା ଜମାକାରୀ ସିଂଘିଯୁବା ଏସବିଅାଇର ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସୀ ସୁଫଳ ମିଳୁନଥିବା ଜମାକାରୀ ଅଭିଯୋଗ କରିଛନ୍ତି। ଦେଢମାସ ହେଲା କେନ୍ଦ୍ରରେ ତାଲା ଝୁଲୁଛି। ଲୋକେ ଟଙ୍କା ପାଇଁ ଅାସି ଫେରି ଯିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ୩୦ରୁ ୪୦ ଜମାକାରୀ ଏସ୍. ରାମପୁର ଥାନାରେ ଏତଲା ଦେଇଛନ୍ତି ।

ସେପଟେ ଘଟଣାର ତଦନ୍ତ ଲାଗି ଏକି ଟିମ୍ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 

You might also like