କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ଭାବେ GRRF ପକ୍ଷରୁ ଘୋଷଣା

କେନ୍ଦୁଝର: କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ବୋଲି ଗ୍ଲୋବାଲ୍ ରେକର୍ଡସ୍‌ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (GRRF) ଘୋଷଣା କରିଛି। ଫଳରେ ଏହା ଗିନିଜ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ପଥ ପରିଷ୍କାର ହୋଇଛି ବୋଲି ସୂଚନା ମିଳିଛି।

ପୂର୍ବରୁ କେନ୍ଦୁଝର ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ବଡ଼ରଥ ବୋଲି ବାରମ୍ବାର ବିଭିନ୍ନ ଫୋରମ୍‌ରେ ଦାବି ହୋଇ ଆସୁଥିଲା। ତେବେ GRRF ପକ୍ଷରୁ ଏନେଇ ଯାଞ୍ଚ କରାଯିବା ପରେ ବିଧିବଦ୍ଧ ଘୋଷଣା କରାଯାଇଛି। ବର୍ତ୍ତମାନ ଏହି ରଥ ୩ଟି ରେକର୍ଡର ଅଧିକାରୀ ହୋଇପାରିଛି।

ଶ୍ରୀବଳଦେବଜୀଉଙ୍କ ରଥ GRRF, Asia Pacific ଓ Indian National Records ରେ ଅନ୍ତର୍ଭୁକ୍ତ ହୋଇଛି।

You might also like