କେବିସିର ଗୋଟିଏ ପ୍ରଶ୍ନ ଯାହାର ଉତ୍ତର ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର:ସାଧାରଣ ଜ୍ଞାନର ଗୋଟିଏ ପ୍ରଶ୍ନ ଚନ୍ଦ୍ରାଣୀ ମୁର୍ମୁ। ୨୦୧୯ ଲୋକସଭାର ସର୍ବ କନିଷ୍ଠ ସାଂସଦ କିଏ ? ଏହି ପ୍ରଶ୍ନର ଉତ୍ତର କେନ୍ଦୁଝର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଖାଲି ସାଧାରଣ ଜ୍ଞାନର ଉତ୍ତରଟିଏ ହୋଇ ରହି ନାହାନ୍ତି ଚନ୍ଦ୍ରାଣୀ, ତାଙ୍କର ନାଁ କହି କେବିସି ( କୌନ ବନେଗା କରୋଡପତି)ର ଜଣେ ମହିଳା ପ୍ରତିଯୋଗୀ ୬ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି।

ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀ ୨୦୧୭ରେ ବି-ଟେକ୍ ପାସ୍ କରିଥିବା ଚନ୍ଦ୍ରାଣୀ କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ। ମାତ୍ର ୨୬ ବର୍ଷ ବୟସରେ ସେ କେନ୍ଦୁଝର ସାଂସଦ ହୋଇ ଚଳିତ ଲୋକସଭାର ସର୍ବକନିଷ୍ଠ ସାଂସଦର ମାନ୍ୟତା ପାଇଛନ୍ତି ଚନ୍ଦ୍ରାଣୀ।

ଏବେ ସୋନି ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ କ୍ଵିଜ ଶୋ’ ‘କୌନ ବନେଗା କରୋଡ ପତି’ରେ ବି ଚନ୍ଦ୍ରାଣୀଙ୍କ ନାଁ । ଅମିତାଭଙ୍କ ପ୍ରଶ୍ନ ଥିଲା ୨୦୧୯ ଲୋକସଭାର ସବକନିଷ୍ଠ ସାଂସଦଙ୍କ ନାଁ କଣ ଥିଲା ? ଏହି ପ୍ରଶ୍ନର ସଠିକ ଉତ୍ତର ଚନ୍ଦ୍ରାଣୀ ମୁର୍ମୁ ବୋଲି କହିଥିଲେ ଜଣେ ମହିଳା।

ଯାହା ବି ହେଉ, ଓଡ଼ିଶାର ଜଣେ ସାଂସଦ ସର୍ବ କନିଷ୍ଠ ସାଂସଦର ମାନ୍ୟତା ପାଇବା ପୁଣି କେବିସି କ୍ୱିଜ୍‌ରେ ସ୍ଥାନ ପାଇବା ଆମ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like