ଲକ୍‌ଡାଉନ୍‌ ପାଇଁ ଏଥର ନୂଆ ଶୈଳୀରେ ହବ ଶ୍ରୀଜୀଉଙ୍କ ନୀତିକାନ୍ତି

ପୁରୀ: ଚନ୍ଦନଯାତ୍ରାଠାରୁ ଭଉଁରୀ ଯାତ୍ରା, ଅକ୍ଷୟ ତୃତୀୟା ନୀତି ଏବଂ ରଥକାର୍ଯ୍ୟ ଅନୁକୁଳ- ଶ୍ରୀମନ୍ଦିର ଭିତରେ ହେବ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି। ଚନ୍ଦନ ଯାତ୍ରା ପାଇଁ ୨ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ। କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ୨୧ ଦିନ ବ୍ୟାପୀ ହେବ ଚନ୍ଦନ ଯାତ୍ରା।

ଏଥି ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ମାଣ୍ଡୁଅ ଭୋଗ ପ୍ରସ୍ତୁତ ହେବ। ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ। ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ। ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଏଥର ସଂଖ୍ୟା ୭କୁ ସୀମିତ କରାଯାଇଛି। ୩ ଖଣ୍ଡ ଧଉରା କାଠରେ ରଥ ଅନୁକୂଳ ନୀତି ହେବ ଆଜି ସନ୍ଧ୍ୟାରେ ଏହି  ଧଉରା କାଠକୁ  ଶ୍ରୀମନ୍ଦିର ଭିତରକୁ ନିଆଯାଇ ସ୍ନାନ ମଣ୍ଡପ ନିକଟ ଚାହାଁଣୀ ମଣ୍ଡପ ନିକଟରେ ରଖାଯାଇଛି।

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ପରିସରରେ ସମସ୍ତ ରୀତିନୀତି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଶ୍ରୀମନ୍ଦିରର ନିର୍ଦ୍ଦିଷ୍ଟ କେଉଁଠି ଏବଂ କିପରି ନୀତି କରାଯିବ ଏହି ପ୍ରସଙ୍ଗରେ ଆଜି ସେବାୟତ, ପୁରୋହିତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like