ଚାଷୀଙ୍କୁ ଚକଡ଼ା ଭୟ, କାମ ଦେଉନି କୀଟନାଶକ

ପୁରୀ: ପ୍ରଥମେ ତିତ୍‌ଲି ଆଉ ଏବେ ଚକଡ଼ା ପୋକ ଚାଷୀଙ୍କୁ ନୟାନ୍ତ କଲାଣି। ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ଚରି ଯାଇଥିବାବେଳେ ଧାର କରଜ କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବ, ସେଇ ଚିନ୍ତାରେ ପଡ଼ିଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଲକର ବିଭିନ୍ନ ସ୍ଥାନରେ।

ଶହ ଶହ ହେକ୍ଟର୍ ଜମିରେ ଚକଡ଼ା ମାଡ଼ିଯିବା ଦେଖି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଅନ୍ୟପଟେ ଦେଶୀ ଉପାୟରେ ଚକଡ଼ାକୁ କିଛିମାତ୍ରାରେ ପ୍ରତିରୋଧ କରାଯାଇପାରିବ ବୋଲି କହିଛନ୍ତି ଆତ୍ମା(ଏଗ୍ରିକଲ୍‌ଚରାଲ୍‌ ଟେକ୍ନୋଲୋଜି ମ୍ୟାନେଜ୍‌ମେଣ୍ଟ୍‌ ଏଜେନ୍‌ସି) ଅଧ୍ୟକ୍ଷ ଧରଣୀଧର ସାହୁ।

ସମାନ ଅବସ୍ଥା ଦେଖିବାକୁ ମିଳିଛି, ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ପାଣିପାଗର ପରିବର୍ତ୍ତନ ଯୋଗୁ ଚାଷୀଙ୍କୁ ଏକର ଏକର ବିଲରେ ଚକଡ଼ାମାଡ଼ି ଯାଇଥିବାବେଳେ ରୋଗପୋକ ନିୟନ୍ତ୍ରଣକୁ ସୁନଥିବା ଅଭିଯୋଗ କରିଛନ୍ତି ଚାଷୀ
କିନ୍ତୁ ଚାଷୀଙ୍କୁ ରିହାତି ମୂଲ୍ୟରେ କୀଟନାଶକ ଯୋଗାଇ ଦିଯାଉଥିବାବେଳେ ଏନେଇ ସଚେତନ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲା କୃଷି ବିଭାଗର ଉପନିର୍ଦ୍ଦେଶକ ଏସ୍.ଚନ୍ଦ୍ରଶେଖର ରାଓ

ପୁରୀ ଜିଲ୍ଲାର ୮ଟି ବ୍ଲକ୍‌ର ଚାଷ ଜମିରେ ଚକଡ଼ା ଲାଗି ୭୮୫ ହେକ୍ଟର୍‌ ଜମି କ୍ଷତିଗ୍ରସ୍ତ ହୋଇଛି। ଏନେଇ କ୍ଷେତ୍ର ପରିଦର୍ଶନ ସହ ଫସଲ କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବିଭାଗ ପ୍ରତିଶ୍ରୁତି ଦେଇଛି।

You might also like