ସପ୍ତାହକୁ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣି ମନ୍ଦିର

ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ରାୟଗଡାର ମା ମଝି ଘରିଆଣିଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଓ ରବିବାର ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବ। ଏହାବ୍ୟତୀତ ଆଗକୁ ଚୈତ୍ର ପର୍ବଥିବାରୁ ଏପ୍ରିଲ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ମଝିଘରିଆଣି ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ସେହିପରି ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା ଜାରି ହୋଇଛି। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ  ଭକ୍ତ ଦର୍ଶନ କରିପାରିବେ।

You might also like