କରୋନା କଟକଣା ମଧ୍ୟରେ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହେଲା ଚଇତି ପର୍ବ

କଟକଣା ମଧ୍ୟରେ ଯାତ୍ରା

କାକଟପୁର: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି। ଦୁଇ ମାସ ହେଲା ମାଙ୍କ ଦର୍ଶନ ସ୍ୱାଭାବିକ ଥିବା ବେଳେ ପାଳିଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁନଃ କଟକଣା ଜାରି କରିଛି ପ୍ରଶାସନ। ମଙ୍ଗଳା ମନ୍ଦିରକୁ ଥିବା ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯାଇଛି। ଆଜିର ଏହି ପବିତ୍ର ଦିନରେ ପ୍ରାଚୀ ନଦୀରୁ ଆବିର୍ଭୁତ ହୋଇଥିଲେ ମା ମଙ୍ଗଳା ଏବଂ ମନ୍ଦିର ପ୍ରତିଷ୍ଠା ହୋଇଥିଲା ମନ୍ଦିର। ତେଣୁ ଆଜିର ଦିନକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଧାଳୁ ମାନେ ପାଳନ କରିଥାନ୍ତି।

ସେପଟେ ଆଜିଠୁ ଆରମ୍ଭ ହୋଇଛି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀଙ୍କ ଚୈତ୍ର ପର୍ବ। ମାନସିକ ପୂରଣ ଲାଗି ମାଆଙ୍କ ପୀଠରେ ପ୍ରବଳ ଭିଡ ଲଗାଇଛନ୍ତି ଶ୍ରଦ୍ଧାଳୁ। ପ୍ରଶାସନର ବାରଣ ସତ୍ତ୍ୱେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ପାହାଡ଼ ଉପରକୁ ଶ୍ରଦ୍ଧାଳୁଙ୍କ ଗାଡ଼ି ପ୍ରବେଶକୁ ଅନୁମତି ମିଳିନାହିଁ। ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା ହୋଇଛି। ତେଣୁ ଏହା ପାଇଁ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଛି। ମନ୍ଦିର ଭିତରେ ମଧ୍ୟ ପ୍ରବଳ ଭିଡ଼ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ପୀଠ ପରିସରରେ ୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

 

You might also like