ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବ୍ରାହ୍ମଣପୋଖରୀ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଇରା ପୁଲିସ୍। ୨ଲୁଟେରା ହେଲେ ରାଜଗାଙ୍ଗପୁରର ବଳରାମ ପଟ୍ଟନାୟକ ଓ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ। ସେମାନଙ୍କ ନିକଟରୁ ବନ୍ଧୁକ, ମାରାଣାସ୍ତ୍ର ସମେତ ସୁନା ଚେନ୍ ଓ ବାଉକ ଜବତ କରିଛି ପୁଲିସ୍।
ଶୁକ୍ରବାର ରାତିରେ ଖଇରା ଥାନା ଗୁଅାପାଳ ଗ୍ରାମ ନିକଟରେ ସରୋଜିନୀ ଓ ତାଙ୍କ ସଂପର୍କୀୟ ଭଣଜା ବାଇକରେ ଫେରୁଥିବା ବେଳେ ସୋରର କୁପାର ରାସ୍ତାରେ ୨ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ସେଠାରେ ସେମାନଙ୍କୁ ମାଡ଼ ମାରିବା ସହ ମାରଣାସ୍ତ୍ର ଦେଖାଇ ସୁନାଚେନ୍ ଓ ୫ ହଜାର ଟଙ୍କା ଲୁଟିନେଇଥିଲେ। ଏ ନେଇ ସରୋଜିନୀ ଖଇରା ଥାନାରେ ଏତଲା ଦେଇଥିଲେ।
ଏତଲାକୁ ଭିତ୍ତି କରି ପୁଲିସ ଅାଜି ପେଟ୍ରୋଲିଂ ବେଳେ ସେମାନଙ୍କୁ ଠାବ କରିଥିଲା। ପୁଲିସକୁ ଦେଖି ବାଇକ ଯୋଗେ ଫେରାର ହେବା ବେଳେ ୨ ଲୁଟେରା ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇ ବିଲକୁ ଖସି ପଡିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଗିରଫ କରିଛି।