ଚେନ୍ ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ଲୋକେ

ଉଦଳା ( ମାନସ ପାଣି) : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ କରିବା ପଡିଲା ମହଙ୍ଗା। ଲୁଟେରାକୁ ଧରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ଏମିତି ଏକ  ଘଟଣା ଘଟିଛି ମୟୂରଭଂଜ ଉଦଳା ପୂର୍ତ୍ତ ବିଭାଗ ବଂଗଳା ନିକଟରେ।

ମିଳିଥିବା ସୂଚନା ମୁତାବକ,  ଗତକାଲି ସଂଧ୍ୟା ସମୟରେ ମହିଳା ଜଣକ ରାସ୍ତାରେ ଯାଉଥିବା ସମୟରେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ମହିଳା ଜଣକ ପାଟି କରିବାକୁ ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରି ନେଇଥିଲେ।

ଏହାପରେ ଲୁଟେରାକୁ ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ ମାରିଥିଲେ। ଏହା ବିଷୟରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଉଦଳା ପୁଲିସ୍‌।  ଲୁଟେରାକୁ ଲୋକଙ୍କ କବଳକୁ ଉଦ୍ଧାର କରିଥିଲା।  ଲୁଟ୍‌ର ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି ପୁଲିସ।

You might also like