• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କୌଣସି ଆଗୁଆ ନୋଟିସ ନଦେଇ ଓଟିଭି ସିଏଫ୍ଓ ମନୋରଂଜନ ଷଡଙ୍ଗୀଙ୍କ ଗିରଫଦାରୀକୁ ଓଡ଼ିଶା ଟେଲିଭିଜନ ଲିମିଟେଡ୍ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଏହା ଆକ୍ରୋଶମୂଳକ ପଦକ୍ଷେପ ବୋଲି କହିଛନ୍ତି ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଅପରେଟିଂ ଅଫିସର ଲିତିଶା ମଙ୍ଗତ।

ଏକ ପ୍ରେସ ରିଲିଜ୍ ଜାରି କରି କହିଛନ୍ତି ଯେ, ଓଟିଭି ସବୁବେଳେ ସତ୍ୟ, ନିର୍ଭୟ ଏବଂ ତଥ୍ୟସମ୍ବଳିତ ଖବର ପ୍ରସାରଣ କରିଆସୁଛି। ଯାହା ରାଜ୍ୟ ସରକାରଙ୍କୁ ସୁହାଇନପାରେ। ସେଥିପାଇଁ ଓଟିଭି ବିରୋଧରେ ଗତ ୨ ମାସ ମଧ୍ୟରେ କୌଣସି ଆଧାର ନଥିବା ୧୩ଟି ମିଥ୍ୟା ମାମଲା ଲଗାଯାଇଛି। ତାମଧ୍ୟରୁ କିଛି ମାମଲାରେ କୋର୍ଟଙ୍କ ଦ୍ୱାରା ମଧ୍ୟବର୍ତ୍ତିକାଳୀନ ଆଶ୍ୱସ୍ତି ବି ମିଳିସାରିଛି।

ତେବେ ପୁଣି ଥରେ ଆଉ ଏକ ମନଗଢ଼ା କାହାଣୀ ଯେ ରଚନା ନହେବ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଓଟିଭି ଉପରେ ହେଉଥିବା ଏଭଳି ଆକ୍ରମଣ ସମ୍ପର୍କରେ ଓଡ଼ିଶାବାସୀ ଅବଗତ ଅଛନ୍ତି। ବୋଲି ପ୍ରେସ୍ ରିଲିଜରେ ଉଲ୍ଲେଖ କରିଛନ୍ତି ଓଡ଼ିଶା ଟେଲିଭିଜନ ଲିମିଟେଡ୍‌ର ଅପରେଟିଂ ଅଫିସର ଲିତିଶା ମଙ୍ଗତ।

ପ୍ରକାଶଥାଉକି, OTV ସିଏଫ୍ଓଙ୍କୁ ମନୋରଂଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ  କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ସକାଳେ ମନୋରଂଜନଙ୍କୁ ବିନା ନୋଟିସ୍‌ରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା।

Cfos-arrest-without-notice-sign-of-odisha-govts-vendetta-against-otv
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories