ତୃତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍‌

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍। ଗତକାଲି ହେବାକୁ ଥିବା ଭୋଟ୍‌ ଗ୍ରହଣ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ମଙ୍ଗଳବାର ହେବାକୁ ଥିବା ଭୋଟ୍‌ରେ ମୋଟ୍‌ ୩୧୮୬ଟି  କ୍ରିଟିକାଲ ବୁଥ୍ ରହିଛି।  ୬ ଲୋକସଭା, ୪୨ ବିଧାନସଭା ପାଇଁ ୧୦, ୪୬୪ ବୁଥ୍ ରହିଛି। ୩ୟ ପର୍ଯ୍ୟାୟ ପାଇଁ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଭୋଟ ଗ୍ରହଣ ପାଇଁ ୫୯, ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।  ମୋଟ୍‌ ୩୧୮୬ଟି କ୍ରିଟିକାଲ ବୁଥ୍ ଚିହ୍ନଟ କରାଯାଇଛି। କେବଳ ମହିଳା କର୍ମଚାରୀଙ୍କୁ ନେଇ ୨୯ଟି ମଡେଲ ବୁଥ୍ ରହିଛି।

ସଂପୃକ୍ତ ବୁଥ୍‌ର ସମସ୍ତ ପୋଲିଂ କର୍ମଚାରୀ ମହିଳା ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

You might also like