ଓଡ଼ିଶାରେ NMAର ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ
ଭୁବନେଶ୍ୱର: ଓଡ଼ିଶାରେ NMAର ଚିଠା ଅଧିନିୟମ ପ୍ରସ୍ତାବ ସ୍ଥଗିତ ରହିଲା। ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅବଗତ କରିଛନ୍ତି। ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପାଇଁ NMAର ଚିଠା ଅଧିନିୟମ ଜାରି ହେବା ପରେ ଏହି ବିବାଦ ଦେଖା ଦେଇଥିଲା। ଏହି ଚିଠା ଅଧିନିୟମ ଦ୍ୱାରା ପ୍ରାଚୀନ ଐତିହ୍ୟସ୍ଥଳୀ ପ୍ରଭାବିତ ହେବାର ଆଶଙ୍କା କରି ତାକୁ ସ୍ଥଗିତ ରଖିବାକୁ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଅନ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।
ଏହା ପରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ସବୁ ବର୍ଗ ସହିତ ଆଲୋଚନା କରିବା ପରେ ହିଁ ସେମାନଙ୍କ ମତାମତ ନେବା ପରେ ହିଁ ଯାହା କିଛି ନିଷ୍ପତ୍ତି ନିଆଯିବ। ଚଳିତ ଫେବ୍ରୁଆରି ୯ ତାରିଖରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ଚିଠି ଲେଖିଛନ୍ତି ପ୍ରହ୍ଲାଦ ପଟେଲ। NMA ବାଇ ଲ’ କୁ ନେଇ ବିବାଦ ଦେଖା ଦେବା ପରେ ବିଜେପି ସାଂସଦମାନେ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟିଥିଲେ।
Heritage areas must be developed.But route to such devt is not through withdrawal/abeyance of by- law.AMSAR Act,1958, still prevails;it supersedes all.Odisha govt must seek permission from NMA/ASI before implementing projects in Prohibited/ Regulated areas.Let's do what is right. pic.twitter.com/AxBPvzod7b
— Aparajita Sarangi, Member of Parliament (@AprajitaSarangi) February 19, 2021
ନିୟମ ଅନୁଯାୟୀ ହେଉ, ରାଜ୍ୟରେ ଐତିହ୍ୟସ୍ଥଳୀର ବିକାଶ। NMA ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍ ଯୋଗେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ତାସହ ଅପରାଜିତା କହିଛନ୍ତି ବାଇ-ଲ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଆକ୍ଟ ବଳବତ୍ତର ରହିବ। ତେଣୁ ଐତିହ୍ୟସ୍ଥଳୀର ବିକାଶ ହେଉ, କିନ୍ତୁ ନିୟମ ଅନୁଯାୟୀ ହେଉ ବୋଲି କହିବା ସହ AMSAR ଆକ୍ଟ-୧୯୫୮ ବାହାରେ କିଛି କାର୍ଯ୍ୟ କରାନଯାଉ ଏବଂ ଐତିହ୍ୟସ୍ଥଳୀର ବିକାଶ କାର୍ଯ୍ୟ ପୂର୍ବରୁ ରାଜ୍ୟ ସରକାର ଅନୁମତି ନିଅନ୍ତୁ ବୋଲି ଅପରାଜିତା କହିଛନ୍ତି। ଏମିତିକି ASI ଓ ANMଙ୍କ ଅଜ୍ଞାତରେ କୌଣସି କାର୍ଯ୍ୟ କରାନଯାଉ ବୋଲି ଟ୍ୱିଟ୍ କରି ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି।
ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି- ବାଇ-ଲ ସ୍ଥଗିତ ନୁହେଁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି ହେଉଛି। ବାଇ-ଲ ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛି।