ହାତୀ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶାକୁ ମିଳିଛି ୩୬ କୋଟି

ଭୁବନେଶ୍ୱର: ବାଘ ଓ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ସେଥିପାଇଁ ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ୨୦୧୯-୨୧ ବର୍ଷରେ ଭାରତ ସରକାର ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ସେ ଟ୍ୱିଟ୍‌ କରି ଲେଖିଛନ୍ତି-“ବାଘ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧୯-୨୧ ବର୍ଷ ପାଇଁ ୨୬.୮୭ କୋଟିରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଦେଇଛନ୍ତି। ସେଥିରୁ ସାତକୋଶିଆ ଓ ଶିମିଳିପାଳ ବାଘ ଅଭୟାରଣ୍ୟକୁ ଯଥାକ୍ରମେ ୧୧.୧୯ କୋଟି ଏବଂ ୧୫.୬୮ କୋଟି ଦିଆଯାଇଛି। ମୋଦି ସରକାରଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ବାଘକୁ ନିଜ ପ୍ରାକୃତିକ ବାସସ୍ଥାନରେ ରହିବା ପାଇଁ ନିଶ୍ଚିତ କରିଛି। ସେହିପରି ହାତୀ ପ୍ରକଳ୍ପ ପାଇଁ ଓଡ଼ିଶାକୁ ୨୦୧୯-୨୧ ବର୍ଷରେ ଭାରତ ସରକାର ୯.୬୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ହାତୀଙ୍କ ସଂରକ୍ଷଣ ତଥା ସେମାନଙ୍କ ସୁରକ୍ଷା ଦିଗରେ ଆଖପାଖରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି।”

ଶ୍ରୀ ପ୍ରଧାନ ଆଉ କହିଛନ୍ତି-“ବନ୍ୟଜନ୍ତୁ ସଂରକ୍ଷଣ ଓ ସ୍ଥାୟୀ ପରିବେଶ ସୃଷ୍ଟି କରିବା ଦିଗରେ ଭାରତ ସରକାର ନିରନ୍ତର କାମ କରୁଛନ୍ତି। ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯଥା ଜଙ୍ଗଲ ବୃଦ୍ଧି, ବୃକ୍ଷ ରୋପଣ ସହାୟତା ରାଶି, ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ, ସବୁଜ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଇତ୍ୟାଦି ପରିବେଶ ସହଯୋଗୀ ଇକୋ-ସିଷ୍ଟମ୍‌ ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ଆମ ଯୁବପିଢ଼ି ଓ ଜନଜାତିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।”

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like