କ୍ୟାମ୍ପେନ୍ ମୋଡ୍‌ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ପ୍ରଦାନ ନିର୍ଦ୍ଦେଶ

ଓଡ଼ିଶା ସହ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର

ଭୁବନେଶ୍ୱର: କ୍ୟାମ୍ପେନ୍ ମୋଡ୍‌ରେ ଚାଷୀଙ୍କୁ କିଷାନ୍ କ୍ରେଡିଟ୍ କାର୍ଡ ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ। ଏମିତିକି ବ୍ଲକ୍ ଓ ଗାଁରେ ମଧ୍ୟ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କାର୍ଡ ଦେବାକୁ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ ଚିଠି ଲେଖିଛି।

ତେବେ ଓଡ଼ିଶାରେ କିନ୍ତୁ ସବୁ ଚାଷୀଙ୍କ ପାଖରେ ଏହି କାର୍ଡ ପହଞ୍ଚାଇବା ଲକ୍ଷ୍ୟ ଠାରୁ ସରକାର ବହୁ ଦୂରରେ ଅଛନ୍ତି। ସମବାୟ ବ୍ୟାଙ୍କରେ ଆକାଉଣ୍ଟ ଥିବା ୪୫ ଲକ୍ଷ ଚାଷୀଙ୍କୁ ଏହି କାର୍ଡ ମିଳିବାକୁ ଥିବା ବେଳେ ଏହାର ମାତ୍ର ତିନିଭାଗ ଚାଷୀଙ୍କୁ କାର୍ଡ ମିଳିଛି। ବିଡ଼ମ୍ବନା ହେଉଛି, ଅନେକ ଚାଷୀ ଏହି କାର୍ଡ ପାଇବା ପରେ ବି ତାକୁ ବ୍ୟବହାର କରିପାରୁନାହାନ୍ତି।

ଭଦ୍ରକ ବାସୁଦେବପୁରର ଜଣେ ଚାଷୀ ଗଙ୍ଗାଧର ବାରିକଙ୍କୁ ୭- ୮ ବର୍ଷ ତଳେ ସମବାୟ ବ୍ୟାଙ୍କରୁ କିଷାନ କେଡ୍ରିଟ୍ କାର୍ଡ ମିଳିଥିଲା। ପରେ ଏହା ରୁପେ କାର୍ଡରେ ପରିବର୍ତ୍ତନ ହୋଇଛି। ସରକାରଙ୍କ ତରଫରୁ ଚାଷୀଙ୍କୁ ଏହି କାର୍ଡ ଦ୍ୱାରା ରିହାତି ଦରରେ ସାର ବିହନ ଓ ଚାଷୀ ଉପକରଣ ମିଳିବାର ବ୍ୟବସ୍ଥା ଥିଲେ ମଧ୍ୟ ଗଙ୍ଗାଧରଙ୍କ କାର୍ଡଟି କିନ୍ତୁ କୌଣସି କାମରେ ଆସୁନାହିଁ।

ଗାଁର ଅନ୍ୟ ଜଣେ ଚାଷୀ ରମେଶ ଜେନାଙ୍କର ମଧ୍ୟ ସମାନ ଦଶା। ଯାଜପୁର ବିଞ୍ଜାରପୁରର ଚାଷୀ ପ୍ରଫୁଲ୍ଲ ରାଉତ ବି ୮ ବର୍ଷ ଧରି କ୍ରେଡିଟ୍‌ କାର୍ଡ ପାଇଥିଲେ। କିନ୍ତୁ ଚାଷ କାମରେ ଏହାର ଉପଯୋଗ କରିପାରୁନାହାଁନ୍ତି।

ଅନ୍ୟପଟେ କାର୍ଡକୁ ସବୁ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ଗାଁରେ କ୍ୟାମ୍ପ୍‌ର ଆୟୋଜନ କରି ଚାଷୀଙ୍କୁ ଏହି କାର୍ଡ ଦେବାପାଇଁ କେନ୍ଦ୍ର କୃଷି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ କହିଛନ୍ତି।

କେନ୍ଦ୍ର ସରକାର କିଷାନ କ୍ରେଡିଟ୍‌ କାର୍ଡରେ ପୂର୍ବରୁ ଥିବା କ୍ରେଡିଟ୍‌ ଲିମିଟ୍‌ ୧ ଲକ୍ଷରୁ ବଢ଼ାଇ ୧ ଲକ୍ଷ ୬୦ ହଜାର ପର୍ଯ୍ୟନ୍ତ କରିଛନ୍ତି। ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଏହାର କ୍ରେଡିଟ୍‌ ଲିମିଟ୍‌ ୩ ଲକ୍ଷ ପର୍ଯ୍ୟନ୍ତ ରହିଛି। ନୂଆ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ମୋଦି ଗୋରଖପୁରରେ ପିଏମ କିଷାନ ଯୋଜନା ଶୁଭାରମ୍ଭ ଦିନ ଲାଗୁ କରିଛନ୍ତି। ତେବେ ଓଡ଼ିଶା ପଛରେ ପଡ଼ିଯାଇଛି। ସମବାୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ସମବାୟ ବ୍ୟାଙ୍କରେ ଆକାଉଣ୍ଟ ଥିବା ୪୫ ଲକ୍ଷ ଚାଷୀଙ୍କ ଭିତରୁ ୨୧ ଲକ୍ଷ ଚାଷୀଙ୍କ ପାଇଁ ଏହି କାର୍ଡ ପ୍ରସ୍ତୁତ କରାଯାଇଥିବା ବେଳେ ୧୭ ଲକ୍ଷ ଚାଷୀଙ୍କୁ ଏହା ବଣ୍ଟନ କରାଯାଇଛି।

କିଷାନ କ୍ରେଡିଟ୍ କାର୍ଡରେ ବ୍ୟାଙ୍କିଙ୍କ୍ ସୁବିଧା ପାଇଁ ସରକାର କାର୍ଡକୁ ରୁପେ କାର୍ଡରେ ପରିବର୍ତ୍ତନ କରୁଛନ୍ତି।  ତେବେ ଏହି କାମରେ ବି ରାଜ୍ୟ ପଛରେ ପଡ଼ିଛି। ୨୧ ଲକ୍ଷ କାର୍ଡରୁ ମାତ୍ର ୧୪ ଲକ୍ଷ ଚାଷୀଙ୍କୁ ରୁପେ କାର୍ଡ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like