ନିଜ ପଦରୁ ଓହରିଲେ କୁଳପତି

ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଘଟଣା

କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ସଚ୍ଚିଦାନନ୍ଦ ମହାନ୍ତି ନିଜ ପଦବୀରୁ ଓହରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଭାବେ ସେ ପଦରୁ ଓହରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

୨୦୧୫ରେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କୁଳପତି ଭାବେ ଯୋଗ ଦେଇଥିଲେ। ଜଣେ କୁଳପତି ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ଆଗରୁ ପଦବୀରୁ ଓହରିଯିବା ଏହି ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଘଟଣା।

You might also like