ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି।

ଏହି ଟିମ୍‌ର ଗତକାଲି ୫ ଜଣ ସଦସ୍ୟ ଆସିଥିବା ବେଳେ ଆଗରୁ ୨ ଜଣ ଆସିଥିଲେ। ଟିମ୍‌ ୩ ଦିନ ଧରି ରାଜ୍ୟରେ ରହିବ। ଆସନ୍ତାକାଲି ଗୋଟିଏ ଟିମ ଭଦ୍ରକ ଓ ଦ୍ୱିତୀୟ ଟିମ୍‌ ଜଗତସିଂହପୁର ଯିବ। ଦୁଇ ଦିନ ଧରି ଅମ୍ପନ କ୍ଷୟକ୍ଷତି ଆକଳନ ପରେ ଟିମ୍ କେନ୍ଦ୍ରକୁ ରିପୋର୍ଟ ଦେବ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିଏଲ ସର୍ଭେ କରିବା ସହ ୫ ଶହ କୋଟିର ଆଗୁଆ ସହାୟତା ପ୍ରଦାନ କରିଛନ୍ତି। ଗତ ମେ ୨୦ରେ ଅମ୍ପନ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

You might also like