ଭଦ୍ରକ, ଜଗତସିଂହପୁରରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍

ବାତ୍ୟା ଅମ୍ପନ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଭଦ୍ରକ ଓ ଜଗତସିଂହପୁରରେ କେନ୍ଦ୍ରୀୟ ଟିମ୍। ୪ ଜଣିଆ କେନ୍ଦ୍ରୀୟ ଟିମ୍ ଭଦ୍ରକରେ ପହଞ୍ଚି ବାତ୍ୟା ପରବର୍ତ୍ତି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳ ବୁଲି ଦେଖିଛନ୍ତି ପ୍ରତିନିଧି ଦଳ। ବାତ୍ୟାରେ ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ ହୋଇଛି ବିଭିନ୍ନ ଅଞ୍ଚଳ ବୁଲି ଏସବୁର ସମୀକ୍ଷା କରିଛନ୍ତି।

କେନ୍ଦ୍ରୀୟ ଟିମ୍ ଗୃହ ବିଭାଗର ଯୁଗ୍ମ ସଚିବଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଭଦ୍ରକରେ ପହଞ୍ଚିବା ପରେ ଧାମରା ଯାଇଥିଲେ। ବିଭିନ୍ନ ଅଞ୍ଚଳ ବୁଲିବା ପରେ ସେଠାରେ ବୈଠକ ଆୟୋଜିତ ହୋଇଛି। ବୈଠକରେ କେନ୍ଦ୍ରୀୟ ଟିମ୍ ସଦସ୍ୟଙ୍କ ସହ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଗତକାଲି କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ।

ସେହିପରି ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଅମ୍ପନ କ୍ଷୟକ୍ଷତିର ଅନୁଧ୍ୟାନ କରଥିଲେ ୩ ଜଣିଆ କେନ୍ଦ୍ରୀୟ ଟିମ୍।  କୁଜଙ୍ଗ ବ୍ଲକର ନୂଆଗଡ଼ ଓ ପାରାଦୀପଗଡ଼ ପଞ୍ଚାୟତ ବୁଲି ଦେଖିବା ସହିତ ଏରସମା ବ୍ଲକରେ ମଧ୍ୟ କେନ୍ଦ୍ରୀୟ ଟିମ୍ ଅମ୍ପନ କ୍ଷୟକ୍ଷତି ଆକଳନ କରିଛନ୍ତି। ଏହି ଟିମ୍ ନେହରୁ ବଙ୍ଗଳା ଗେଷ୍ଟ ହାଉସରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ନୋଡାଲ ଅଫିସରଙ୍କ ସହିତ ଆଲୋଚନା ବି କରିଛି।

You might also like