• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଶିମିଳିପାଳରେ ନିଆଁ ଲାଗିବା ଘଟଣା; ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ ସଦସ୍ୟ
  • NTCA ଆଇଜି ଅମିତ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚିଲେ
  • ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ଅଛନ୍ତି
  • ଟିମ୍ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ
  • ଶିମିଳିପାଳ ଯାଇ ନିଆଁ ଲାଗିବା କାରଣ ଓ ନିରାକରଣ ଅନୁଧ୍ୟାନ କରିବେ

ବାରିପଦା: ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଆଜି ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି।

ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଏଠାରେ ହିଁ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଟିମ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ। ଶିମିଳିପାଳରେ ନିଆଁ କାହିଁକି ଲାଗିଲା, ଏହାର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରି ଉଭୟେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ।

ରାଜ୍ୟବ୍ୟାପୀ ଦାଉ ଦାଉ ଜଳୁଥିବା ବନାଗ୍ନିର ଧାସ ଗତକାଲି ଦିଲ୍ଲୀ ଛୁଇଁଛି। ସଂସଦ ଭବନରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରିଛନ୍ତି, ଆଉ ଉଦବେଗ ବାଢ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ସବୁ ବିଜେପି ସାଂସଦ। ଟୁଇଟ୍ କରି ଧର୍ମେନ୍ଦ୍ର କହିଛନ୍ତି, କେବଳ ଶିମିଳିପାଳ ନୁହେଁ, ରାଜ୍ୟର ସବୁ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ଏବଂ ଏହାର ପୁନରାବୃତ୍ତି ନହେବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ସେପଟେ, ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୩ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ପୋଡାଡିହା ରେଞ୍ଜର ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଶିକାର ପାଇଁ ନିଆଁ ଲଗାଉଥିବାବେଳେ ସେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଟାଙ୍ଗିଆ ଓ ୭ କିଲୋଗ୍ରାମ ଓଜନର ଝିଙ୍କ ମାଂସ ଜବତ ହୋଇଛି।

ଗତ କିଛିଦିନ ହେଲା ଶିମିଳିପାଳ ଅଭୟାରଣ୍ୟ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଭଳି ଘଟଣା ବଢ଼ିବାରେ ଲାଗିଛି। ଶିକାର ପାଇଁ ଦୁର୍ବୃତ୍ତମାନେ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବନ ବିଭାଗ ତତ୍ପରତା ପ୍ରକାଶ କରିଛି।

 

Central-team-just-arrived-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories