ଓଡ଼ିଶାରେ ବାତ୍ୟା ଅମ୍ପନ୍ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଅମ୍ପନ୍ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଆଜି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥିବା କେନ୍ଦ୍ରୀୟ ଟିମର ୩ ଜଣିଆ ସଦସ୍ୟ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ରାଜନଗର ବ୍ଲକର ପେଣ୍ଠକଟା ସହ ଅନ୍ୟ କିଛି ଅଞ୍ଚଳ ପରିଦର୍ଶନ କରିଥିଲେ।

ସେପଟେ ବାଲେଶ୍ୱର ଗସ୍ତରେ ଯାଇଥିବା ୪ ଜଣିଆ ଟିମ୍ ଭୋଗରାଇ ବ୍ଲକର ସହବାଜିପୁର, ଉଦୟପୁର, ବିନ୍ଧା ପଦ୍ମପୁର, ଗମ୍ଭାରିଆ, ଚକ ପଦ୍ମପୁର ଆଦି ଅଞ୍ଚଳ ବୁଲିଥିଲେ। ଏହି ଅବସରରେ ଚାଷ, ବିଦ୍ୟୁତ, ଗମନାଗମନ ଓ ମତ୍ସ୍ୟଜୀବୀଙ୍କ ଡଙ୍ଗା ଆଦି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍।

କେନ୍ଦ୍ରୀୟ ଟିମର ସଦସ୍ୟମାନେ ଆସନ୍ତାକାଲି ଭଦ୍ରକ ଓ ଟିମ୍ ଜଗତସିଂହପୁର ଯିବେ। ଦୁଇ ଦିନ ଧରି ଅମ୍ପନ କ୍ଷୟକ୍ଷତି ଆକଳନ ପରେ ଟିମ୍ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ମେ ୨୦ରେ ହୋଇଥିବା ଅମ୍ପନ ବାତ୍ୟା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

You might also like