• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଲେଶ୍ୱର: ମେଡିକାଲରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ବାଲେଶ୍ୱର ଔପଦା ମେଡିକାଲ ଗସ୍ତ କରି ମେଡିକାଲର ଗୃହ ନିର୍ମାଣ କାମର ତଦାରଖ କରିବା ସହ ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କାମ ଠିକ୍ ଭାବେ ଚାଲୁନଥବାରୁ ଠିକାଦାର ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ସେହିପରି ମେଡକାଲରେ କୋଭିଡ୍ ଟିକାକରଣ କିଭଳି ଚାଲୁଛି ସେ ସଂପର୍କରେ ଲୋକଙ୍କୁ ପରାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ବ୍ଲକ୍ ବାନ୍ଧବ ଗାଁ ଓ ଔପଦା ବ୍ଲକର ବୁଦାଖୁଣ୍ଟା ଓ ଫତେପୁରରେ କୁମ୍ଭକାରଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ୬୦ଟି ବିଦ୍ୟୁତ୍‌ ଚାଳିତ କୁମ୍ଭାର ଚକ ଓ ୨ଟି ମାଟି ଚକଟା ମେସିନ୍ ପ୍ରଦାନ କରିଛନ୍ତି। ଏହା ଦ୍ୱାରା କମ୍ ସମୟରେ କୁମ୍ଭକାରମାନେ ଅଧିକ ସାମଗ୍ରୀ ଉତ୍ପାଦନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଭାରତ ସରକାରଙ୍କ ଖଦୀ ଓ ଗ୍ରାଗ୍ୟୋଦ୍ୟଗ କମିଶନ ପକ୍ଷରୁ ଆତ୍ମ ନିର୍ଭର ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରାଯାଉଥିବାରୁ ତାହାର ସୁବିଧାନ ନେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

Central-minister-pratap-sarangi-reaction-on-medical-problem-at-balasore-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories