ରଥଯାତ୍ରା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ଆସନ୍ତା ଜୁନ୍ ୨୩ ତାରିଖରେ ପଡ଼ୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ଶହ ଶହ ବର୍ଷର ପରମ୍ପରା ରଥଯାତ୍ରା ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ତେଣୁ ଏହାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏ ନେଇ ପୁରୀ ଗଜପତି ମହାରାଜା, ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବା ଉଚିତ୍ ବୋଲି ସେ କହିଛନ୍ତି।

କରୋନା ଭାଇରସ ପରି ସଂକ୍ରମଣରୁ ରକ୍ଷା ପାଇବାକୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ହେଲେ ପ୍ରତି ବର୍ଷ ରଥଯାତ୍ରାରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏହି ନିମୟ ଭଙ୍ଗ ହେବାର ଆଶଙ୍କା ଦେଖା ଦେଇଛି ।

ତେଣୁ ରଥଯାତ୍ରା କିପରି ହେବ ଓ ଠାକୁରଙ୍କ ନୀତିକାନ୍ତି ପାଇଁ କଣ ବ୍ୟବସ୍ଥା କରାଯିବ ସେ ନେଇ ମୁକ୍ତିମଣ୍ଡପର ପଣ୍ଡିତ, ଦଇତାପତି, ଶ୍ରୀମନ୍ଦିର ସେବାୟତଙ୍କ ସହ ମଧ୍ୟ ପୁଂଖାନୁପୁଂଖ ଭାବେ ଆଲୋଚନା କରାଯିବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି।

You might also like