ବାର୍ଡ ଫ୍ଲୁ ବ୍ୟାପିଥିବା ୩ କିମି ପରିଧି ଭିତରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବ

ଭୁବନେଶ୍ୱର: ରାଜଧାନୀରେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ଟିମ୍। ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ସମୀକ୍ଷା ହୋଇଛି।

ପ୍ରାଣୀ ସମ୍ପଦ ସଚିବ ଆର. ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପ୍ରଫେସର ଆଲୋକ ବାଜପେୟୀ, ପ୍ରଫେସର ଅଂଶୁମାନ ଶ୍ରୀବାସ୍ତବ ଓ ଆରଏମଆରସିର ଡାକ୍ତର ଦେବାଶିଷ ଭଟ୍ଟାଚାର୍ଯ୍ୟା ଯୋଗ ଦେଇଥିଲେ।

ଭୂତାଣୁ ବ୍ୟାପିଥିବା ୩ କିଲୋମିଟର ପରିଧି ଭିତରେ ବସବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଜନସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କରିବ। ଏଥିସହ ଭୂତାଣୁ ବ୍ୟାପିଥିବା ଅଂଚଳର ୧୦ କିଲୋମିଟର ପରିଧି ଭିତରେ  ଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସପ୍ତାହକୁ ଦୁଇଥର ଯାଞ୍ଚ ହେବ। ଏହା ପୂର୍ବରୁ CDVO ବିଭାଗର ଅନ୍ୟ ଅଧିକାରୀଙ୍କୁ ନେଇ ନିଜେ ପ୍ରତିଷେଧକ ପୋଷାକ ପିନ୍ଧି ଓୟୁଏଟି ପୋଲ୍ଟ୍ରି ଫାର୍ମକୁ ଯାଇଥିଲେ।

You might also like