ନୂଆଦିଲ୍ଲୀ: କରୋନା ସ୍ଥିତି ମୁକାବିଲା ନେଇ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଶଂସା। ଓଡ଼ିଶା ଓ କେରଳକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ଲକ୍ଡାଉନ ପୂର୍ବରୁ ଦେଶରେ ପ୍ରତି ୩. ୪ ଦିନରେ କେସ୍ ଦ୍ୱିଗୁଣିତ ହେଉଥିଲା। ଲକଡାଉନ୍ ପରେ ଏବେ ପ୍ରତି ୭. ୫ ଦିନରେ ମାମଲା ଦୁଇ ଗୁଣା ହେଉଛି। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ୱିଗୁଣିତ ହାର ଜାତୀୟ ହାର ଠାରୁ କମ ରହିଛି।
ଓଡ଼ିଶା ଓ କେରଳରେ କରୋନା ଆକ୍ରାନ୍ତ ଦ୍ୱିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି। ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ୱିଗୁଣିତ ହାରାହାରି ୩୦ ଦିନରୁ ଅଧିକ ରହିଛି। ସେପଟେ ଗୋଆରେ ଚିକିତ୍ସାଧୀନ ସମସ୍ତ ୭ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।