ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପ୍ରସଙ୍ଗ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ଏକ କଡ଼ା ଚିଠି ଲେଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅାଜି ଏହି ଦାବି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅାଲୋଚନା କରିବା ପରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ସୂଚନା ଦିଅାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କମିଟି ଅାବାହକ ଅଶୋକ ଦାସ ଏହା କହିଛନ୍ତି। ରାଜ୍ୟର ଏକ ପ୍ରତିନିଧି ଦଳ କେନ୍ଦ୍ର ଅାଇନ ମନ୍ତ୍ରାଳୟ ସହ ଅାଲୋଚନା କରନ୍ତୁ ବୋଲି କମିଟି ପକ୍ଷରୁ ଦାବି କରାଯାଇଥିଲା। କମିଟିର ୧୫ ଜଣିଅା ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

 

You might also like