ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ର ଆକଳନ ପରେ ସଚିବାଳୟରେ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି।
ପ୍ରଭାବିତ ଅଞ୍ଚଳରେ ବୁଲି ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ଆଲୋଚନା କରି କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଛନ୍ତି। ଆଲୋଚନା ପରେ ଏସଆରସି କହିଛନ୍ତି ଯେ, ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇଛି। ତେବେ ବାସ୍ତବିକ ତଥ୍ୟ ହାସଲ ପାଇଁ ଆଜିଠାରୁ ଘରକୁ ଘର ବୁଲି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସର୍ଭେ କରିବେ। ଏହାପରେ କ୍ଷୟକ୍ଷତିର ପରିମାଣ ବଢ଼ିପାରେ ବୋଲି ଏସ୍ଆରସି କହିଛନ୍ତି। ମାସ ଶେଷ ସୁଦ୍ଧା କ୍ଷୟକ୍ଷତି ନେଇ ଚୂଡ଼ାନ୍ତି ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ତେବେ ବାତ୍ୟା ମୁକାବିଲା, ରିଲିଫ ଓ ପୁନରୁଦ୍ଧାର କାମରେ ଜିଲ୍ଲାପାଳମାନେ ବେଶ୍ ଭଲ କାମ କରିଛନ୍ତି ବୋଲି କେନ୍ଦ୍ରୀୟ ପ୍ରତିନିଧି ଦଳ କହିଛନ୍ତି। SDRF ଓ NDRF ବ୍ୟବସ୍ଥାରେ କୋହଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି।
https://youtu.be/aRnNNrqPHxw