ଲକଡାଉନକୁ ୫ ପ୍ରତିଶତ ଲୋକ ମାନୁନାହାନ୍ତି, ସେମାନଙ୍କୁ ମନାଇବା-ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର । ଅତ୍ୟାବଶ୍ୟକ  ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।  ତେବେ ଲକ୍‌ଡାଉନ୍‌ ସଫଳ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓରେ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି,“ ସମାଜ, ରାଜ୍ୟ ତଥା ଦେଶକୁ ସୁସ୍ଥ ରଖିବା ପାଇଁ ଏହା ଏକ ଜନ ଆନ୍ଦୋଳନ ହୋଇଛି। କରୋନାକୁ ହରାଇବା ପାଇଁ ଆଜି ସମସ୍ତେ ଏକଜୁଟ୍ ହୋଇଛନ୍ତି। ତେବେ ଲୋକଙ୍କ ମନ କିଛି କିଛି ଜାଗାରେ ମାନୁନି। ସେମାନେ ବାହାରକୁ ବାହାରି ଆସୁଛନ୍ତି।

୯୦ରୁ ୯୫ ପ୍ରତିଶତ ଲୋକ ଲକ୍‌ଡାଉନ୍‌କୁ ମାନୁଛନ୍ତି। ବାକି ୫ ପ୍ରତିଶତ ମାନୁ ନାହାନ୍ତି। ତେଣୁ ଆମର ଦାୟିତ୍ୱ, ସେମାନଙ୍କୁ ବୁଝାଇ ଘରେ ରଖିବା। ଆମ ଅଜାଣତରେ କରିଥିବା ଛୋଟ ଭୁଲ୍ ପାଇଁ ବି ଆମକୁ ବହୁତ୍‌ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ।

ତେଣୁ ଆମେ ୧୦୦ ପ୍ରତିଶତ ଶୃଙ୍ଖଳିତ ରହିବା, ବ୍ୟବସ୍ଥାକୁ ମାନିବା। ଏହା ଆମମାନଙ୍କର ଦାୟିତ୍ୱ”

 

You might also like