ଘୋଷଯାତ୍ରା ପାଇଁ ଆଶା ବଢ଼ିଲା, ରଥ ନିର୍ମାଣକୁ ମିଳିଲା ଅନୁମତି

ଭୁବନେଶ୍ୱର: ଜଗନ୍ନାଥ ପ୍ରେମୀଙ୍କ ଲାଗି ଖୁସି ଖବର। ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି।

ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରଣାଳୟ କହିଛି।

ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ ଲାଗି ସହମତି ହୋଇଥିଲା। ଏହା ପରେ ରଥନିର୍ମାଣ କାମ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଥିଲା ପରିଚାଳନା କମିଟି ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁମତି ମାଗିଥିଲେ।

You might also like