ଆସନ୍ତା ୨୩ରେ ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ

ଶତବାର୍ଷିକୀ ପାଳନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ

ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର

ବେଲ ଭିୟୁ ଛକରେ ବ୍ରୋଞ୍ଜରେ ନିର୍ମିତ ଗାନ୍ଧି ପ୍ରତିମୂର୍ତ୍ତି ହେବ ଉଦଘାଟନ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୩ତାରିଖରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ । ଶତବାର୍ଷିକ ଉତ୍ସବକୁ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ବେଲ ଭିୟୁ ଛକରେ ନିର୍ମାଣ ହୋଇଛି ରାଜ୍ୟର ସର୍ବବୃହତ୍ ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିୀ । ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତ ସମୟରେ ସେ କାଠଯୋଡୀ ନଦୀ ପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜ ମୂର୍ତ୍ତିରେ ପ୍ରଦର୍ଶନ କରାଯାଇଛି ।

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକ କାଠଯୋଡୀ ନଦୀ ପଠାରେ ଏକାଠି ହୋଇଥିଲେ କଟକ ଗସ୍ତରେ ଆସିଥିବା ଜାତିରପିତା ମାହାତ୍ମା ଗାନ୍ଧି, କସ୍ତୁରବା ଗାନ୍ଧୀ,ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ ।  ଇଂରେଜମାନଙ୍କ ବିରୋଧରେ ଏକାଠି ପାଇଁ ସୃଷ୍ଟି କରାଯାଇଥିଲା ଜନ ଆନ୍ଦୋଳନ ଗାନ୍ଧିଜୀଙ୍କ ଏହି ଗସ୍ତକୁ ଆଉ ଦିନ କେଇଟା ପରେ ଶହେ ବର୍ଷ ପୁରିବାକୁ ଯାଉଛି । ସେହି ସମୟର ଏକ ଦୃଶ୍ୟପଟକୁ ନେଇ ଏବେ ବେଲ ଭିୟୁ ଛକରେ ବ୍ରୋଞ୍ଜରେ ପ୍ରସ୍ତୁତ ହୋଇଛି ପ୍ରତିମୃର୍ତ୍ତୀ । ଏହା ଚଳିତ ମାସ ୨୩ ତାରିଖରେ ଉଦଘାଟିତ ହେବ  ୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୃର୍ତ୍ତି ନିର୍ମାଣ କରିଛନ୍ତି  ମୂର୍ତ୍ତି କାରିଗର ଲକ୍ଷ୍ମୀଧର ରଣା । ତେବେ ଗାନ୍ଧିଙ୍କ ବିଷୟରେ ଅନେକ ଲୋକ ଜ୍ଞାନ ଗ୍ରହଣ କରିବାର ଏହା ସହାୟକ ହେବ ବୋଲି କହିଛନ୍ତି ଗବେଷକ ।

ବେଲ ଭିୟୁ ଛକରେ ଏହି ପ୍ରତିମୃର୍ତ୍ତି ସମ୍ମୁଖରେ ଏକ ବିରାଟ ପାର୍କ ମଧ୍ୟ କରାଯାଇଛି । ୨୩ ତାରିଖରେ କଟକ ରେଲେଓ୍ୱ ଷ୍ଟେସନ୍ ନିକଟରୁ ଏକ ବିଶାଳ ପଦଯାତ୍ରା ବାହାର କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ  । ଏହା ଏକ ବିଶେଷ ଦିନ ହୋଇ ଥିବାରୁ, ସେହିଦିନ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ପାଇଁ ଯୋଜନା ରହିଛି ବୋଲି କହିଛନ୍ତି ସିଏମସି କମିଶନର ।

 

You might also like