ମେଡିକାଲ ଛାତରୁ ସିମେଣ୍ଟ ପଡି ୨ ଆହତ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ  ଅଘଟଣ ଘଟିଯାଇଛି । ରୋଗୀ ୱାର୍ଡର ଛାତରୁ ସିମେଣ୍ଟ ଖଣ୍ଡ ଖସିପଡ଼ିଛି। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି।  ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ପଡ଼ିଥିବା ବେଳେ ଆଉ ଜଣେ ବୃଦ୍ଧଙ୍କ ଗୋଡ଼ରେ ତାହା ପଡ଼ିଛି ।

ମାନସିକ ରୋଗ ବିଭାଗର ଓପିଡି ନିକଟରେ ଛାତର ସିଲିଂ ଓ ସିମେଣ୍ଟ ଅତଡ଼ା ଖସି ପଡ଼ିଥିଲା । ଏହି ବିଲ୍ଡିଂଟି ପୁରୁଣା ଥିଲା ଏବଂ ଛାତ ଖରାପ ହୋଇଯାଇଥିଲା। ମରାମତି କରାଯାଇ ନ ଥିବାରୁ ଆଜି ବଡ ବଡ ସିମେଣ୍ଟ ପ୍ଲାଷ୍ଟର ଖସି ପଡ଼ିଥିଲା।

ଆଜି ଘଟିଥିବା ଏହି ଅଘଟଣ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଲ୍ଡିଂର ଯାଞ୍ଚ ସହିତ ଓପିଡିକୁ ସ୍ଥାନାନ୍ତର କରାଯିବ ବୋଲି ମାନସିକ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର କହିଛନ୍ତି ।

You might also like