କଂଗ୍ରେସର ସଫଳତା ନେଇ ଉତ୍ସାହିତ ରାଜ୍ୟର କଂଗ୍ରେସ କର୍ମୀ

ଅନୁଗୁଳ: ୩ ବିଧାନସଭା ନିର୍ବାଚନରେ କଂଗ୍ରେସର ସଫଳତା ନେଇ ଉତ୍ସାହିତ ରାଜ୍ୟର କଂଗ୍ରେସ କର୍ମୀ।  ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା ବିଜୟ ଉତ୍ସବ।

ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିଲେ।  ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଥିଲେ କଂଗ୍ରେସ କର୍ମୀ।

ରାଜ୍ୟର ସଂଗଠିତ ହୋଇ କାମ କଲେ କଂଗ୍ରେସର ବିଜୟ ନିଶ୍ଚିତ ବୋଲି ମତପ୍ରକାଶ ପାଇଥିଲା।

ସେହିପରି ସୁନ୍ଦରଗଡ଼ରେ ମଧ୍ୟ କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ଆୟୋଜନ ହୋଇଥିଲା। ଫଳାଫଳକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବାଜା ବଜାଇ ବାଣ ଫୁଟାଇ କଂଗ୍ରେସ କର୍ମୀ ଉତ୍ସବ ପାଳିଥିଲେ।

ଏହି ଅବସରରେ ତଳସରା ବିଧାୟକ ପ୍ରଫୁଲ ମାଝୀ ଉତ୍ସବରେ ଅନ୍ୟ କର୍ମକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ। ପଡ଼ୋଶୀ ଛତିଶଗଡ଼ରେ ବିଜୟ ଓଡ଼ିଶାରେ ପ୍ରଭାବ ପକାଇବା ବୋଲି କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ କହିଛନ୍ତି।

You might also like