ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ ; ସବୁଠି ଚାଲିଛି ସେଲିବ୍ରେସନ୍

ଭୁବନେଶ୍ୱର :  ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ସେନାର ବଡ଼ଧରଣର ଏୟାର ଷ୍ଟ୍ରାଇକ୍ ପରେ ଏବେ ସାରା ଦେଶରେ ସେଲିବ୍ରେସନ୍ ମୁଡ୍। ସବୁଠି ଚାଲିଛି ବିଜୟ ଉତ୍ସବ।

ସମ୍ବଲପୁରରେ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ବନ୍ଦେ ମାତରମ୍ ନାରା ଦେଇଛନ୍ତି। ଭାରତୀୟ ସେନାର ଭୂରି ଭୂରି ପ୍ରଶଂସା କରିବା ସହ ପାକିସ୍ତାନ ବିରୋଧୀ ନାରା ଦେଇ ଏକ ବିରାଟ ଶୋଭାଯାତ୍ରା କରିଛନ୍ତି

ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ବିଜୟ ଉତ୍ସବ ଦେଖିବାକୁ ମିଳିଛି। ଲୋକେ ଭାରତୀୟ ଯବାନଙ୍କୁ ବଧେଇ ଜଣାଇବା ସହ ମିଠା ଖୁଆଇ ସେଲିବ୍ରେସନ୍ କରିଛନ୍ତି ସହିଦ୍ ଓଡ଼ିଆ ଯବାନ ମନୋଜ ବେହେରାଙ୍କ କଟକ ନିଆଳିସ୍ଥିତ ରତନପୁର ଗ୍ରାମରେ ଲୋକେ ଖୁସି ଜାହିର କରିଛନ୍ତି। ଅନ୍ୟ ସହିଦ୍ ଓଡ଼ିଆ ଯବାନ ପ୍ରସନ୍ନ ସାହୁଙ୍କ ଗ୍ରାମ ଜଗତସିଂହପୁର ନାଉଗାଁରେ ଲୋକେ ବେଶ୍ ଉତ୍ସାହିତ ହେବା ସହ ଆହୁରି ଅଧିକ ଆତଙ୍କବାଦୀ ନିହତ ହେବା ଦରକାର ବୋଲି ମତ ରଖିଛନ୍ତି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୋକେ ବାଣ ଫୁଟାଇ ସେଲିବ୍ରସନ୍ କରିଛନ୍ତି। ଏଥିସହ ସହିଦ୍ ୪୦ ଯବାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏବିଭିପି ପକ୍ଷରୁ ତ୍ରିରଙ୍ଗା ରାଲି କରାଯାଇଛି।

ରାଉରକେଲାବାସୀ ମଧ୍ୟ ବିଜୟ ଉତ୍ସବ ପାଳନ କରିଛନ୍ତି। ଅବିର ବୋଳି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି। ଭାରତ ମାତା କି ଜୟ ନାରା ଦେଇ ବାୟୁସେନାର ବୀରତ୍ୱକୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

You might also like