SCBରେ ରୋଗୀଙ୍କ ଉପରେ ପଡ଼ିଲା ଫ୍ୟାନ୍, ICUରେ ଭର୍ତ୍ତି ହେଲେ ମହିଳା

କଟକ: SCBରେ ରୋଗୀଙ୍କ ଉପରେ ଖସି ପଡ଼ିଲା ଫ୍ୟାନ୍ । ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଚିକିତ୍ସିତ ହେଉଥିବ ମହିଳାଙ୍କ ଉପରେ ଫ୍ୟାନ୍ ଛିଡ଼ି ପଡ଼ିଛି। ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇଛନ୍ତି, ତାଙ୍କୁ ଏବେ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ ଯାଜପୁର ଜିଲ୍ଲାର ମହିଳା ଜଣକ ନିଆଁରେ ପୋଡ଼ି ଯାଇଥିବାରୁ SCBରେ ଭର୍ତ୍ତି ହୋଇଥିଲେ ଓ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ ୧୫ ଦିନ ହେଲା ଫ୍ୟାନ୍ ଖରାପ ହୋଇଥିବା ସମ୍ପର୍କରେ ଲିଖିତ ଆକାରରେ ଅଭିଯୋଗ କରାଯାଇଥିଲା । ହେଲେ ମେଡିକାଲ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଇନଥିଲେ। ଫଳରେ ଏପରି ଅଘଟଣ ଘଟିଛି ବୋଲି ଗୁରୁତର ମହିଳାଙ୍କ ସମ୍ପକୀୟ ଅଭିଯୋଗ କରିଛନ୍ତି।

You might also like