ସ୍କୁଟିରେ ମୃତଦେହ ନେଇଥିବା ବ୍ୟକ୍ତି କିଏ ?

ଭୁବନେଶ୍ୱର: ରମାଦେବୀ ୟୁନିଭର୍ସିଟି ଛାତ୍ରୀଙ୍କୁ ଯାଜପୁରରେ ହତ୍ୟା ଅଭିଯୋଗ ହୋଇଛି। ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ସନ୍ଦେହ ଆହୁରି ବଢ଼ିଛି। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଆଶଙ୍କା କରାଯାଉଛି। ଛାତ୍ରୀଙ୍କୁ ଫିଙ୍ଗି ଦେବା ଘଟଣା ସିସିଟିଭିରେ କଏଦ ହୋଇଛି। କଏଦ ହୋଇଥିବା ଭିଡିଓରେ ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ରହିଛି।

ହେଲେ ଛାତ୍ରୀଙ୍କର ମୃତ୍ୟୁ କେମିତି ହେଲା? କିଏ ଓ କାହିଁକି ତାଙ୍କୁ ହତ୍ୟାକଲା? ଏନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ମୃତଦେହ ମିଳିବାର ୧୨ ଘଣ୍ଟା ପରେ ବି ଏହା ସ୍ପଷ୍ଟ ହୋଇପାରିନି। ସେପଟେ ସୋସିଆଲ୍ ମିଡିଆରେ ହୋଇଥିବା କିଛି ଚାଟ୍ ସାମ୍ନାକୁ ଆସିବା ପରେ ଏହ ଘଟଣାରେ ସସ୍‌ପେନ୍ସ ଆହୁରି ବଢ଼ିଛି।

ଛାତ୍ରୀ ଝରାଫୁଲଙ୍କ ଘଅ ମୟୁରଭଞ୍ଜରେ। ପାଠପଢ଼ା ରାଜଧାନୀରେ। ହେଲେ ମୃତ୍ୟୁ ଯାଜପୁରରେ। ରମାଦେବୀ ୟୁନିଭର୍ସିଟି ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାକୁ ନେଇ ନାନା ଆଶଙ୍କା ଦେଖାଦେଇଛି। ଆଜି ଯାଜପୁର କୁଆଖିଆ ଥାନା ମୂଳାପାଳ ଛକ ନିକଟ ରାସ୍ତାକଡ଼ରୁ ସକାଳ ସମୟରେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ମୃତଦେହ ପାଖରେ ଜୋତା ଆଉ ବ୍ୟାଗ୍ ପଡ଼ିଥିଲା। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଦୁଇ ଜଣ କେହି ଝରାଫୁଲଙ୍କ ମୃତଦେହକୁ ଏଠି ଆଣି ଫିଙ୍ଗି ଦେଇ ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୟୁରଭଞ୍ଜ ଯଶୀପୁର ଥାନା ବୃନ୍ଦାଦେଇପଶିର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ ରମାଦେବୀରେ ପ୍ଲସ ଥ୍ରୀ ଦ୍ୱିତୀୟ ବର୍ଷରେ ପଢୁଥିଲେ। ଝରାଫୁଲଙ୍କ ବାପାଙ୍କ କହିବା ଅନୁସାରେ, ଗତ ରବିବାର ଘରୁ ବାହାରି ଭୁବନେଶ୍ୱର ସ୍ଥିତ ଭଉଣୀ ଘରକୁ ଯାଇଥିଲେ। ଗତକାଲି ବସ୍‌ରେ ଫେରୁଥିଲେ ଗାଁକୁ। ତେବେ ଘରେ ପହଞ୍ଚିନଥିବାରୁ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ଝରାଫୁଲଙ୍କୁ। କିନ୍ତୁ କଲ୍ ରିସିଭ୍ କରିନଥିଲେ ଝରାଫୁଲ।

ଝରାଫୁଲ ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଶେଷଥର ପାଇଁ ହୋଇଥିବା ଚାଟିଂ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଝରାଫୁଲ ତାଙ୍କ ଭାଇଙ୍କୁ ରିପ୍ଲାଏ ଦେଇ ଲେଖିଛନ୍ତି ଯେ ସେ ଠିକ୍ ଅଛନ୍ତି, ନେଟୱାର୍କ ପ୍ରୋବ୍‌ଲେମ୍ ରହୁଛି। ସାଙ୍ଗ ସୋନାଲିଙ୍କ ଘରେ ଅଛି। ବ୍ୟସ୍ତ ହୁଅନା ବୋଲି ଝରାଫୁଲଙ୍କ ମୋବାଇଲ୍‌ରୁ ଚାଟ୍ ହୋଇଛି ତାଙ୍କ ଭାଇଙ୍କ ସହ।

ହେଲେ ଆଜି ସକାଳେ ତାଙ୍କ ଭାଇ ଫୋନ୍‌ରେ ଚାଟ୍ କରିଥିଲେ ତାଙ୍କ ଭାଇ। କିନ୍ତୁ କୌଣସି ଉତ୍ତର ମିଳିନଥିଲା। ତାହାରି ଭିତରେ ଆଜି ସକାଳେ ଝରାଫୁଲର ମୃତଦେହ ମିଳିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲା ପୋଲିସ। ପରିବାର ଲୋକେ ପହଞ୍ଚି ମୃତଦେହକୁ ଚିହ୍ନଟ ସହ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପା ଓ ଭାଇ। ତେବେ ଘଟଣାର ତଦନ୍ତ ଜାର ରହିଛି ବୋଲି ଯାଜପୁରର ଅତିରିକ୍ତ ଏସ୍‌ପି ବାଉରୀବନ୍ଧୁ ବେହେରା କହିଛନ୍ତି।

ଆହୁରି ପଢନ୍ତୁ:

ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ; ଶେଷ ଚାଟିଂରେ ଭାଇଙ୍କୁ କ’ଣ କହିଥିଲେ ?

ଅନ୍ୟପଟେ ଛାତ୍ରୀ ଝରାଫୁଲ ନାୟକ ଚଢ଼ିଥିବା ବସ୍‌ର କଣ୍ଡକ୍ଟର କହିଛନ୍ତି ଯେ ଛାତ୍ରୀ ଜଣେ ଅଭିଭାବକଙ୍କ ସହ ଭୁବନେଶ୍ୱର ଜୟଦେବ ବିହାରରେ ଥିଲେ। ଜୟଦେବ ବିହାରରୁ ଛାତ୍ରୀ ଜଣଙ୍କ ବସ୍‌ରେ ଏକା ଚଢ଼ିଥିଲେ ।ଏବଂ ସତ୍‌ସଙ୍ଗ ବିହାରରେ ଏକ ଜିନିଷ ରହିଯାଇଥିବା କହି ଓହ୍ଲାଇ ପଡ଼ିଥିଲେ।

ତେବେ ସତସଙ୍ଗ ବିହାରରୁ ଓହ୍ଲାଇ କୁଆଡ଼େ ଗଲେ ଝରାଫୁଲ ? କେମିତି ହେଲା ମୃତ୍ୟୁ ? ବାଇକ୍‌ରେ ମୃତଦେହ ନେଇଥିବା ବ୍ୟକ୍ତି କିଏ ? କିଏ ସେହି ବାନ୍ଧବୀ ସୋନାଲି ? ମୃତ୍ୟୁ ପୂର୍ବରୁ ଝରାଫୁଲଙ୍କ ସହ ଘଟିଥିଲା କଣ ? ଏବେ ଏମିତି ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ମାମଲାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ ଏବଂ ଛାତ୍ରୀ।

ୟନିଭର୍ସିଟି କୂଳପତି ପ୍ରଫେସର ଅପରାଜିତା ଚୌଧୁରୀ, କହିଛନ୍ତି ଯେ କୋଭିଡ୍-୧୯ ଯୋଗୁ ମାର୍ଚ୍ଚ ମାସରୁ କଲେଜ୍‌ର ସମସ୍ତ ହଷ୍ଟେଲ ବନ୍ଦ ଥିଲା। ତେବେ ନିକଟରେ ଫାଇନାଲ ବର୍ଷ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିଥିଲା। ଛାତ୍ରଜଣକ ଘରୁ ମିଛ କହି ଆସି ଥାଇ ପାରନ୍ତି। ଏହି ଘଟଣାର ତଦନ୍ତ ଦାବି କରିବା ସହିତ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବୁ ବୋଲି ସେ କହିଛନ୍ତି କୂଳପତି।

ରିପୋର୍ଟ; ଗୁଲାମ୍ ଗସ୍ ଓ ନିରଞ୍ଜନ ରେଡ୍ଡୀ

You might also like