ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା। ଦେଶର ପ୍ରାୟ ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ୧୦ଟା ପରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଛାତ୍ରଛାତ୍ରୀ ହାତ ଘଣ୍ଟା କି କୌଣସି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ପରୀକ୍ଷା କେନ୍ଦ୍ରକୁ ନେଇପାରିବେ ନାହିଁ। ସେହିପରି କପିକୁ ରୋକିବା ଲାଗି କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିବା ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।

You might also like