ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ଘରେ ସିବିଆଇ ଚଢ଼ଉ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଘର ଉପରେ ସିବିଆଇ ଚଢ଼ଉ । କଟକ ଜିଲ୍ଲା ବାରଙ୍ଗ ଥାନାର ନରଣପୁର ଗାଁରେ ଥିବା ବିବନ ବିଶ୍ୱାଳର ଘର ଉପରେ ଗତକାଲି ବାରଙ୍ଗ ପୋଲିସ ଓ ସିବିଆଇର ୩ ଜଣିଆ ଟିମ୍ ଚଢ଼ଉ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଛି । ଏହାସହ ବିବନ ଘରୁ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି । ସେ ମୁମ୍ବାଇରେ ଲୁଚି ରହହିବା ପଛରେ କାହାର ହାତ ଥିଲା, ସେନେଇ ଖୋଳତାଡ଼ କରୁଛି ସିବିଆଇ । ଏହା ବ୍ୟତୀତ ବ୍ୟାଙ୍କ ମାଧ୍ୟମରେ ପଠାଉଥିବା ଟଙ୍କା ସଂପର୍କରେ ଅଧିକ ଯାଞ୍ଚ କରୁଛି ସିବିଆଇ । ତେବେ ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ ଟିମ୍ ପଚରାଉଚରା କରିଥିଲା ।

ସେହପରି ଗତକାଲି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିଲା । ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଥିଲା । ଅଞ୍ଜନାଙ୍କ ସହ ସିବିଆଇ ଟିମ୍‌ ପ୍ରାୟ ୩୦ ମିନିଟ ଆଲୋଚନା କରିଥିଲା । ତେବେ ଆଲୋଚନା ପରେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଥିଲା।

ସୂଚନାଯୋଗ୍ୟ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ମାର୍ଚ୍ଚ ୫ ତାରିଖରେ ସିନ୍ ରିକ୍ରିଏଟ୍ କରିଥିଲା ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା କରିଥିଲା ସିବିଆଇ ଟିମ। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଥିଲା ତାହା ଗୋଟି ଗୋଟିଏ କରି ଦେଖାଇଥିଲା ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ ସେଠାକୁ ନେଇ ଛାନଭିନ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ।

You might also like